Home କେନ୍ଦୁଝର କରୋନାରେ କଳିଗାଁ ୱାର୍ଡସଭ୍ୟଙ୍କ ପରଲୋକ

କରୋନାରେ କଳିଗାଁ ୱାର୍ଡସଭ୍ୟଙ୍କ ପରଲୋକ

64

ହାଟଡ଼ିହି,୫ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତର ୪ନଂ ୱାର୍ଡର ୱାର୍ଡସଭ୍ୟ ଗୋଲକ ଦାସଙ୍କ(୪୮) କରୋନାରେ ମୃତ୍ୟୁ ଘଟିଛି । ସେ ଗତ କିଛିଦିନ ତଳେ ପଞ୍ଚାୟତ କାର୍ଯ୍ୟାଳୟରେ ବସିଥିବାବେଳେ ମୁଣ୍ଡ ବୁଲାଇ ଦେବାରୁ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯିବାପରେ ସେଠାରେ ପରୀକ୍ଷା ପରେ ସେ କରୋନା ପଜେଟିଭ ଥିବା ଜଣାପଡିଥିଲା । ସେଠାରୁ ତାଙ୍କୁ କେନ୍ଦୁଝର କୋଭିଡ ହସପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଥିବାବେଳେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା । ସେ ପଞ୍ଚାୟତର ପିଡିଏସ ସାମଗ୍ରୀ ବଣ୍ଟନ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଦୈନିକ ଶହଶହ ଲୋକଙ୍କ ସଂଷ୍ପର୍ଶରେ ଆସୁଥିଲେ । ସେ ଜଣେ ପରୋପକାରୀ, ଆମାୟିକ, ମିଷ୍ଠଭାଷି ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ତାଙ୍କ ପରଲୋକ ଖବର ପ୍ରଚାରିତ ହେବାପରେ କଳିଗାଁ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । କଳିଗାଁ ସରପଞ୍ଚ ଅମରେନ୍ଦ୍ର ଧଳ ଗଭୀର ଶୋକ ପ୍ରକାଶ କରିବାସହ ତାଙ୍କ ବିୟୋଗରେ କଳିଗାଁ ପଞ୍ଚାୟତରେ ଏକ ଅପୁରଣୀୟ କ୍ଷତି ଘଟିଲା ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.