Home ଜିଲ୍ଲା ପରିକ୍ରମା କରଣପଲ୍ଲୀ ପଂଚାୟତ, ବିନା ସଭାରେ ଘରକୁ ଘର ବୁଲି ଚାଲିଛି ପ୍ରଚାର

କରଣପଲ୍ଲୀ ପଂଚାୟତ, ବିନା ସଭାରେ ଘରକୁ ଘର ବୁଲି ଚାଲିଛି ପ୍ରଚାର

32

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଅର୍ନ୍ତଗତ କରଣପଲ୍ଲୀ ପଂଚାୟତରେ ବିନା ସଭା ରେ ଚାଲିଛି ପ୍ରଚାର। ୩ଦଳର ସରପଂଚ ଏବଂ ସମିତିସଭ୍ୟ ପ୍ରାଥୀ ଓ ପ୍ରାଥିନୀ ମାନେ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରି ଚାଲିଛନ୍ତି। ୬ହଜାରରୁ ଉର୍ଦ୍ଧ ବିଶିଷ୍ଟ ଜନସଂଖ୍ୟା ଥିବା ଏହି ପଂଚାୟତରେ ୧୨ଟି ଓାର୍ଡ ଥିବା ବେଳେ ୪୭୬୯ ଜଣ ଭୋଟର ନିଜ ନିଜର ବାଛନ୍ତି ଜନ ପ୍ରତିନିଧି ମାନଙ୍କୁ ଚୟନ କରିବେ। ଏହି ପଂଚାୟତରେ ସାଧାରଣ ମୌଳିକ ସମସ୍ୟା ମଧ୍ୟରେ ସମସ୍ତଙ୍କ ଘରକୁ ମଧୁର ଜଳର ସୁ ବନ୍ଦୋବସ୍ତ କରିବା ସହ ୫ଟି ରାଜସ୍ୱ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ କରିବା ସହ ଏହି ପଂଚାୟତରେ ଥିବା ଅତି ଗରିବ ହିତାଧିକାରୀ ମାନଙ୍କୁ ଆବାସ ଯୋଜନା ଏବଂ ଖାଉଟି କଲ୍ୟାଣ ଯୋଜନାରେ ସାମିଲ କରିବା ଏକାନ୍ତ ଲକ୍ଷ୍ୟ ବୋଲି ସମସ୍ତ ଦଳରୁ ନିର୍ବାଚନ ଲଢୁଥିବା ନେତୃବୃନ୍ଦ ଆଶାବାଦୀ। ଏଥିସହ ଏହି ପଂଚାୟତରେ ଥିବା ଏକ ମାତ୍ର ହାଇସ୍କୁଲକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ସହ ଅଂଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଖାଲି ଥିବା ଶୀକ୍ଷକ ପଦବୀ ପୂରଣ କରିବାକୁ ମଧ୍ୟ ସେମାନେ ତତ୍ପର ବୋଲି ଚର୍ଚା ଚାଲିଛି। ଏହି ପଂଚାୟତରେ ଥିବା ଭେଜିଆଡିଆ- କରଣପଲ୍ଲୀ ରାସ୍ତା, ବଡ ପିପିଳି-ବିଜୟ ପାଟଣା ରାସ୍ତା ଏବଂ ବିଜିପୁର- କୁଆମରା ରାସ୍ତାକୁ ସବୁଦିନିଆ ସଡକ ଯୋଜନାରେ ସାମିଲ କରିବା କୁ ଏହି ପଂଚାୟତବାସୀ ଅଡି ବସିଛନ୍ତି। ସବୁଠାରୁ ମଜାଦାର କଥା ଏହି ପଂଚାୟତରେ କୌଣସି ଦଳ ତରଫରୁ ମାଇକ କିମ୍ବା ସାଉଣ୍ଡ ବକ୍ସର ବ୍ୟବହାର ହେଉ ନଥିବା ବେଳେ କେବଳ ନିର୍ବାଚନ ଲଢୁଥିବା ପ୍ରାଥୀ /ପ୍ରାଥିନୀ କେବଳ ହାତ ଗଣତି ୫-୧୦ ଜଣ ଲୋକଙ୍କୁ ନେଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। କୌଣସି ଦଳର ପ୍ରାର୍ଥୀ ବେଶୀ ବଜେଟରେ ଭୋଟ ଲଢିବାକୁ ନାରାଜ।ଏହି ପଂଚାୟତରେ ସରପଂଚ ପଦବୀ ପାଇଁ କଂଗ୍ରେସ ଦଳ ତରଫରୁ ଗୀତାରାଣୀ ସେଠୀ, ବିଜଦ ତରଫରୁ ଆଶାଲତା ଦାସ, ବିଜେପି ପକ୍ଷରୁ ଜୟନ୍ତୀ ବେରା ଏବଂ ସ୍ୱାଧୀନ ପ୍ରାଥୀନୀ ଭାବେ ମମତା ଦାସ ନିର୍ବାଚନ ରଣାଙ୍ଗନାରେ ଥିବାବେଳେ ସମିତି ସଭ୍ୟ ପଦବୀ ପାଇଁ କଂଗ୍ରେସ ଦଳ ଉପେନ୍ଦ୍ର ଦାସ, ବିଜଦ ତରଫରୁ ସୂର୍ଯ୍ୟକାନ୍ତ ମଣ୍ଡଳ ଏବଂ ବିଜେପି ପକ୍ଷରୁ ଜଗନ୍ନାଥ ଗିରିଙ୍କୁ ପ୍ରାର୍ଥୀ ଭାବେ ଦଣ୍ଡାୟ ମାନ। ଆଗାମୀ ନିର୍ବାଚନରେ ଧାମରା ଅଂଚଳରେ ଥିବା ୭ପଂଚାୟତ ମଧ୍ୟରୁ ଏହି ପଂଚାୟତରେ ସବୁଠାରୁ ସ୍ୱଳ୍ପ ବଜେଟରେ ନିର୍ବାଚନ ହେବ ବୋଲି ସର୍ବସାଧାରଣରେ ଚର୍ଚ୍ଚା ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.