Home ଓଡ଼ିଶା କନ୍ଧମାଳ-ନୟାଗଡ ସୀମା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ

କନ୍ଧମାଳ-ନୟାଗଡ ସୀମା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ

86

ବାଲିଗୁଡା ୫-୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲାରେ ଏସ୍‌ଓଜି ଏବଂ ଡିଭିଏଫ୍‌ ଯବାନଙ୍କ ଦ୍ୱାରା ମିଳିତ କୋମ୍ବିଂ ବେଳେ କନ୍ଧମାଳ- ନୟାଗଡ ଜଙ୍ଗଲ ସୀମାରେ ଏକ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ଏହି ଘଟଣାରେ ଗୁଳି ବିନିମୟ ହୋଇ ନ ଥିବାବେଳେ ସେଠାରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରାଯାଇଛି। ସେଥି ମଧ୍ୟରେ ରହିଛି ୱାକି ଟକି, ଡିଜିଟାଲ କ୍ୟାମେରା, ଇନ୍‌ଫ୍ୟାରେଡ ୱାଇଲ୍ଡ ଲାଇଫ୍‌ କ୍ୟାମେରା, କିଛି କାଗଜ ପତ୍ର, ମାଓବାଦୀ ପୋଷାକ ଏବଂ କ୍ୟାମ୍ପ ପାଇଁ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ। କୋମ୍ବିଂ ଅପରେଶନ କନ୍ଧମାଳ-ନୟାଗଡ ସୀମାରେ ହୋଇଥିବା କନ୍ଧମାଳ ଏସ୍‌ପି ପ୍ରତୀକ ଗୀତା ସିଂ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.