କନ୍ଧମାଳ, ୧୪/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ସମଗ୍ର କନ୍ଧମାଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକେ କୋଭିଡ ନିୟମ ଓ କଟକଣାକୁ ମାନୁନଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ରେ ପହଞ୍ଚିଛି। ଯେଉଁ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେମାନ ବିଭିନ୍ନ ରାଜ୍ୟ ଯଥା, ଆନ୍ଧ୍ର ପ୍ରଦେଶ, କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତ୍ରିପୁରା, ଗୋଆ, ଓ ହରିୟାଣl ଅଞ୍ଚଳ ରୁ ଫେରନ୍ତାବୋଲି ଜଣାପଡିଛି। ସେମାନେ ବିଭିନ୍ନ ସଂଙ୍ଗରୋଧ କେନ୍ଦ୍ରରେ ଥିବା ସୂଚନା ମିଳିଛି। ଫେରିଥିବା ବେଳେ ସେମାନଙ୍କର ବୟସ ୧୮ ବର୍ଷ ଠାରୁ ୫୯ ବର୍ଷ ଭିତରେ ଥିବାର ଜଣାଯାଇଛି। ସେମାନଙ୍କୁ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ଓ କୋଭିଡହସ୍ପିଟାଲ ଫୁଲବାଣୀରେ ରଖାଯାଇଥିଲା। ଅନ୍ୟ ଚାରି ଜଣ କୋଭିଡ଼ ଯୋଦ୍ଧା ବୋଲି ଜଣାପଡିଛି। ଏମାନେ ସମସ୍ତେ ଘୁ- ଉଦୟଗିରି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ। ସେମାନଙ୍କଠାରୁ ସ୍ୱାବ୍ସଂଗ୍ରହ କରାଯାଇଥିବା ବେଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏମାନଙ୍କ ଭିତରେ ୨୧ଜଣ ପୁରୁଷ ଥିଲା ବେଳେ ଜଣେ ସ୍ତ୍ରୀ ଲୋକ ଅଛନ୍ତି। ଜିଲ୍ଲାରୁ ୨୫ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବର୍ତ୍ତମାନ ଜିଲ୍ଲାର ୬୩ ଜଣ ଚିକିତ୍ସାଧୀନ ଅଛନ୍ତି ବୋଲି ଜ଼ିଲ୍ଲାପାଳ ଟ୍ୱିଟ ଜରିଆରେ ଜଣାଇଛନ୍ତି।