Home Coronavirus Outbreak କନ୍ଧମାଳରେ ଖୁବ୍‌ଶୀଘ୍ର ହେବ କୋଭିଡ୍‌ ହସ୍ପିଟାଲ

କନ୍ଧମାଳରେ ଖୁବ୍‌ଶୀଘ୍ର ହେବ କୋଭିଡ୍‌ ହସ୍ପିଟାଲ

119

କନ୍ଧମାଳ, ୬/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳରେ ଖୁବ୍‌ଶୀଘ୍ର ହେବ କୋଭିଡ୍‌ ହସପିଟାଲ। ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଏଠାରେ କୋଭିଡ୍‌ ହସ୍ପିଟାଲ୍‌ପ୍ରସ୍ତୁତ କରିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ରାଜ୍ୟ ସରକାର, ଓଏମ୍‌ସି ଓ କିମ୍‌ସ ମଧ୍ୟରେ ଏହି ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହୋଇଛି। କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି ଓ କିମ୍‌ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ବିଷ୍ଣୁ ପାଣିଗ୍ରାହୀ ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଚୁକ୍ତି ଅନୁସାରେ କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ୱାରା ଆବଶ୍ୟକ ଭିତ୍ତିଭୂମି ପ୍ରଦାନ ସହ ୧୦ଟି ଆଇସିୟୁ ସହ ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯିବା ନେଇ ଯୋଜନା ରହିଛି। ଏହି ହସ୍ପିଟାଲ ପରିଚାଳନାର ସମସ୍ତ ଖର୍ଚ୍ଚ ଓଏମ୍‌ସି ବହନ କରିବ। ଏଥିରେ ସମସ୍ତ ଡାକ୍ତର, ପାରାମେଡିକାଲ୍‌ କର୍ମଚାରୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କିମ୍‌ସ ପକ୍ଷରୁ ଗ୍ରହଣ କରାଯିବ। ସାଂସଦ ଡ. ସାମନ୍ତ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ କୋଭିଡ୍‌ର ବ୍ୟାପକତାକୁ ରୋକିବା ଦିଗରେ ବିଶେଷ ଯତ୍ନବାନ ହେବା ସହ ଜୋରସୋର ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ ଆରମ୍ଭ କରାଯାଉଥିବା ବେଳେ ଭୁବନେଶ୍ୱର ଓ କଟକ ପରେ କନ୍ଧମାଳ ଜିଲ୍ଲାରେ ପ୍ରଥମ ଜିଲ୍ଲା ଭିତ୍ତିକ କୋଭିଡ୍‌ ହସ୍ପିଟାଲ୍‌ ଆରମ୍ଭ ହେବାକୁ ଯାଉଛି। ଏହା ଅତି ଆନନ୍ଦର ବିଷୟ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.