Home କନ୍ଧମାଳ ବାଲିଗୁଡା:କରୋନା ଯୋଗୁ ପନିପରିବା ଚାଷୀ ପ୍ରଭାବିତ, ଋଣ ଛାଡ଼ ଦାବି

ବାଲିଗୁଡା:କରୋନା ଯୋଗୁ ପନିପରିବା ଚାଷୀ ପ୍ରଭାବିତ, ଋଣ ଛାଡ଼ ଦାବି

271

ବାଲିଗୁଡା, ୬/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା (କୋଭିଡ-୧୯) ସଂକ୍ରମଣକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ। ଏଥିପାଇଁ ସମସ୍ତ ଦୋକାନ ବଜାର, ହୋଟେଲ ଆଦି ବନ୍ଦ ରହିଛି। ଏହି ସମୟରେ ବିଶେଷ ଭାବେ ପନିପରିବା ଚାଷୀ ପ୍ରଭାବିତ ହେଉଛନ୍ତି। ଚଳିତ ବର୍ଷ ସବୁ ରକମର ପନିପରିବା ଭେଣ୍ଡି, ବାଇଗଣ, ଟମାଟୋ ଆଦି ବହୁ ପରିମାଣରେ ଉତ୍ପାଦନ ହୋଇଛି। କିନ୍ତୁ ବାହାରକୁ ପରିବା ଯାଇପାରୁ ନାହିଁ। ଯାହା ଫଳରେ ପରିବା ଦର ହ୍ରାସ ପାଇଛି। ବିଶେଷକରି ଟମାଟୋ ଓ ବାଇଗଣ ଅଭାବୀ ବିକ୍ରି ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ତେଣୁ ଚାଷୀ କ୍ଷତି ସହିବା ଏକ ପ୍ରକାର ନିଶ୍ଚିତ ହୋଇଛି। ବର୍ତ୍ତମାନ ବାଇଗଣ ଓ ଟମାଟ ପୂର୍ବଅପେକ୍ଷା ବର୍ତ୍ତମାନ ଚାଷୀ କମ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ବାଲିଗୁଡାରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢୁଛି। ତେଣୁ ଚାଷୀ ଅନ୍ୟ ଉପାୟ ନ ପାଇ ଶାଗମାଛ ଦରରେ ପରିବା ବିକ୍ରି କରୁଛନ୍ତି। ଚଳିତ ବର୍ଷ ବାଲିଗୁଡା ତଥା ଏହାର ଆଖପାଖ ଗ୍ରାମର ଚାଷୀ ଋଣ ଆଣି ଏହି ଚାଷ କରିଥିଲେ। ଏଥିପାଇଁ ଋଣ ଛାଡ଼ କରିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀ ସରକାର ଓ ପ୍ରଶାସନ ନିକଟରେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.