Home ଓଡ଼ିଶା ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହରିଣର ମୃତ୍ୟୁ

ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହରିଣର ମୃତ୍ୟୁ

388

ହରିଚନ୍ଦନପୁର, ତା ୦୬ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମସିଣାବିଲା ଗ୍ରାମର ଲୋକମାନେ ଏକ ହରିଣକୁ ଉଦ୍ଧାର କରିଛନ୍ତି । ଖବର ଅନୁଯାୟୀ ଆଜି ସକାଳ ୯ ଘଟିକା ସମୟରେ ଏକ ଅଣ୍ଡିରା ହରିଣ ଖଣ୍ଡିଆ ଖାବରା ଅବସ୍ଥାରେ ଗ୍ରାମ ମଧ୍ୟକୁ ପଶି ଆସିଥିଲା । ଗ୍ରାମବାସୀ ହରିଣଟିକୁ ଉଦ୍ଧାର କରି ଜଙ୍ଘିରା ବନବିଭାଗକୁ ହସ୍ତାନ୍ତର କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଉକ୍ତ ହରିଣର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ହରିଣଟି କୁକୁର ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିବା ଅନୁମାନ କରାଯାଉଛି । ବନବିଭାଗ ପକ୍ଷରୁ ହରିଣର ଚିକିତ୍ସା ପରେ କାଳିଆହତା-ରଙ୍ଗମାଟିଆ ମଧ୍ୟବର୍ତ୍ତୀ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା । ହରିଣଟି ଭୟଭୀତ ଅବସ୍ଥାରେ ଥିବା ବେଳେ ଜଙ୍ଗଲରେ ଛାଡିବାର ପରେ ଚଲାବୁଲା କରିଥିଲା । ହେଲେ ହରିଣଟି ଅଧିକ ଭୟଭୀତ ଥିବାରୁ ୧୨ ଘଟିକା ସମୟରେ ତାର ହୃଦଘାତରେ ମୃତ୍ୟୁ ଘଟିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ହରିଣର ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହରିଣଟିର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.