Home Coronavirus Outbreak କ’ଣ ବାତିଲ ହେବାକୁ ଯାଉଛି ଆଇପିଏଲ୍ ସିଜନ୍ ୧୩ ?

କ’ଣ ବାତିଲ ହେବାକୁ ଯାଉଛି ଆଇପିଏଲ୍ ସିଜନ୍ ୧୩ ?

205

ନୂଆ ଦିଲ୍ଲୀ ୩୦-୩ (ଓଡ଼ିଆ ପୁଅ) ଆଇପିଏଲ ସମ୍ପର୍କରେ ଏପର୍ଯ୍ୟନ୍ତ ପରିଚାଳନା ପରିଷଦ ପକ୍ଷରୁ କୌଣସି ନୂତନ ଘୋଷଣା ନାହିଁ, କୌଣସି ବୈଠକ ନାହିଁ। ଏଭଳି ପରିସ୍ଥିତିରେ, ଆଇପିଏଲ୍ ସିଜନ୍ ୧୩ ରଦ୍ଦ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରେନା। ମାର୍ଚ୍ଚ ୨୯ ରୁ ଆରମ୍ଭ ହେବାକୁଥିବା ଆଇପିଏଲ୍ ତାରିଖ ଏପ୍ରିଲ୍ ୧୫ କୁ ବୃଦ୍ଧି କରାଯାଇଥିଲା।

ସୂଚନାଯୋଗ୍ୟଯେ, ବିଶ୍ୱରେ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଅର୍ଥାତ୍ ଆଇପିଏଲ୍ ର ବହୁତ କମ୍ ସମ୍ଭାବନା ଅଛି। ବର୍ତ୍ତମାନ ସୁଦ୍ଧା ବିସିସିଆଇ ପକ୍ଷରୁ ଏ ବାବଦରେ କୌଣସି ବିଜ୍ଞପ୍ତି ଜାରୀ କରାଯାଇ ନାହିଁ। ରବିବାର ଦିନ ୧୦୦ ରୁ ଅଧିକ ନୂଆ କରୋନା କେସ ଆସିବା ପରେ ଆଇପିଏଲ ବାତିଲ୍ ହେବାର ଆଶଙ୍କା ବୃଦ୍ଧି ପାଇଛି।

ଭାରତରେ ୨୧ ଦିନ ଲକଡାଉନ୍ ଚାଲିଛି। ଏପ୍ରିଲ ୧୪ ପର୍ଯ୍ୟନ୍ତ କୌଣସି କାମ ହୋଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଭିସା ମଧ୍ୟ ସ୍ଥଗିତ ରଖାଯାଇଛି। ଯାହାଫଳରେ କୌଣସି ବିଦେଶୀ ଖେଳାଳି କିମ୍ବା କୌଣସି କୋଚ୍ ଭାରତ ଆସିପାରିବେ ନାହିଁ।

ଯଦି ଆମେ କ୍ରିକେଟ୍ ଅଷ୍ଟ୍ରେଲିଆ ବିଷୟରେ କଥା ହେବା, ତେବେ ୬ ମାସ ଧରି ଲକଡାଉନ ଚାଲିଛି। ଏହାର ଅର୍ଥ ହେଉଛି ୬୨ ଜଣ ଖେଳାଳି ଯେଉଁମାନେ ଆଇପିଏଲରେ ଭାଗ ନେବାକୁ ଯାଉଥିଲେ ସେମାନେ ବର୍ତ୍ତମାନ ଭାରତ ଆସିପାରିବେ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.