Home ଜିଲ୍ଲା ପରିକ୍ରମା କଣ୍ଟେନମେଣ୍ଟ ଜୋନ୍ ଘୋଷଣା କାଗଜପତ୍ରରେ ସୀମିତ : ପ୍ରଶାସନିକ ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ

କଣ୍ଟେନମେଣ୍ଟ ଜୋନ୍ ଘୋଷଣା କାଗଜପତ୍ରରେ ସୀମିତ : ପ୍ରଶାସନିକ ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ

73

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ଆଜି ଆଉ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୦ ଜଣଙ୍କୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୮ ରେ ପହଞ୍ôଚଛି । ଗତକାଲି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କ୍ୱାରେନଣ୍ଟାଇନ୍‌ରେ ହୋଇଥିବାବେଳେ ଅନ୍ୟ ୫ ଜଣ ଲୋକାଲ କଣ୍ଟାକ୍ଟ । ଭଦ୍ରକ ପୌରପାଳିକାର ୧୦ ନଂ ୱାର୍ଡର ଜଗନ୍ନାଥପୁରକୁ ବୁଧବାର ଠାରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ବୋଲି ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଥିଲେ । କିନ୍ତୁ ବାସ୍ତବରେ ଗୁରୁବାର ରାତିରେ ୧୦ ନଂ ୱାର୍ଡକୁ ଜଗନ୍ନାଥପୁରକୁ ବାଉଁଶ ବାଡ ଦେଇ ଅବରୋଧ କରାଯାଇଛି । ଭଦ୍ରକ ପୌରପାଳିକାର ଏହି ୱାର୍ଡର ସ୍ଥାନୀୟ ଆକ୍ରାନ୍ତଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସଂପୃକ୍ତ ଆକ୍ରାନ୍ତଙ୍କ ସ୍ୱାବ୍ ଟେଷ୍ଟ ରିପୋର୍ଟ ମଙ୍ଗଳବାର ସନ୍ଧ୍ୟାରେ ପଜିଟିଭ୍ ଆସିଥିବା ଜଣାପଡିଥିଲା । ତାଙ୍କୁ ବୁଧବାର ସକାଳେ କଟକର ଏକ କୋଭିଡ୍ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରଶାସନ ପକ୍ଷରୁ ଏହି ଅଂଚଳକୁ କଣ୍ଟେନମେଣ୍ଟ ଅଂଚଳ ଘୋଷଣା କରାଯାଇଥିବା ଜିଲା ସୂଚନା ଅଧିକାରୀ ପ୍ରେସ୍ ରିଲିଜ୍ ଯୋଗେ ଗୁରୁବାର ଜଣାଇଥିଲେ । ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସଂପୃକ୍ତ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ପ୍ରଶାସନ ପକ୍ଷରୁ ଅବରୋଧ ଅଂଚଳରେ ଯେପରି ବ୍ୟବସ୍ଥା ଗ୍ରହଣ କରିବା କଥା ସେତକ କରାଯାଇନାହିଁ ଓ ଏହା ପ୍ରଶାସନର ଦାୟିତ୍ୱହୀନ ଆଚରଣ ବୋଲି ଅଭିଯୋଗ ହୋଇଛି । ଅପରପକ୍ଷରେ ସଂପୃକ୍ତ ଆକ୍ରାନ୍ତଙ୍କ ଘର ବିଷ୍ଣୁପୁର ହୋଇଥିବାବେଳେ ଓ ଏହି ବ୍ୟକ୍ତି ନିଜ ଗାଁରେ ୨ ଦିନ କଟାଇଥିବାରୁ ସେଠିକାର ସରପଞ୍ଚ ମଧ୍ୟ ନିଜ ପଂଚାୟତକୁ କାହିଁକି କଣ୍ଟେନମେଣ୍ଟ ଅଂଚଳ ଘୋଷଣା କରାଯାଉନାହିଁ ବୋଲି ପ୍ରଶ୍ନ ଉଠିଛି । ଏଠାରେ ସୂଚନାଯୋଗ୍ୟ ସଂପୃକ୍ତ ସ୍ଥାନୀୟ ଆକ୍ରାନ୍ତ ଜଣେ ଅଧ୍ୟାପକ । ଗତ କିଛିଦିନ ର୍ପୂେବ ସେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ ଖାତା ଦେଖୁଥିଲେ । ଏହି ସମୟରେ ସେ ଶତାଧିକ ଅଧ୍ୟାପକ, କଲେଜ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ । ଏହାବ୍ୟତୀତ ଭଦ୍ରକ ମହାବିଦ୍ୟାଳୟ ଛକ ଅଂଚଳରେ ଭଡା ନେଇ ପରିବାର ସହ ରହୁଥିବା କଲୋନୀ ବାସିନ୍ଦାଙ୍କ ସମେତ ସଂପୃକ୍ତ ଅଂଚଳରେ ବହୁ ଲୋକଙ୍କ ସଂସ୍ପର୍ଶରେ ସଂପୃକ୍ତ ଅଧ୍ୟାପକ ଆସିଛନ୍ତି । ଏପରି ସ୍ଥଳେ କଣ୍ଟାକ୍ଟ ଟ୍ରେସିଂ କାର୍ଯ୍ୟ ମଧ୍ୟ କରାଯାଇନାହିଁ । ଅପରପକ୍ଷେ ଆଜି ଆଉ ୫ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବାରୁ ପ୍ରଶାସନ ଦାୟିତ୍ୱପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିବା ଉଚିତ୍ ବୋଲି ସହରବାସୀଙ୍କ ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.