Home ଜିଲ୍ଲା ପରିକ୍ରମା ୨ ଦିନିଆ ସଟଡାଉନ୍‌ରେ ଭଦ୍ରକ ସହର

୨ ଦିନିଆ ସଟଡାଉନ୍‌ରେ ଭଦ୍ରକ ସହର

76

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ କରୋନା କଟକଣାକୁ କଡାକଡି କରାଯାଇଛି । ଜିଲାର ଶନିବାର ଓ ରବିବାରକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲାପାଳ । ଏହାଛଡା ନିୟମିତ ଦୋକାନ ବଜାର ଖୋଲା ରହିବା ସମୟରେ ସମୟ ପରିବର୍ତ୍ତନ କରିବା ସହ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଅଳ୍ପ ସଂଖ୍ୟକ କର୍ମଚାରୀମାନଙ୍କ ଦ୍ୱାରା କାର୍ଯ୍ୟ କରିବାକୁ କଟକଣା ଜାରି କରାଯାଇଛି । ଏହି କଟକଣା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । କେବଳ ଜରୁରୀକାଳୀନ ସେବାକୁ ଛାଡିଦେଲେ ଔଷଧ ଦୋକାନ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ । ବାହାରକୁ ଆସୁଥିବା ବ୍ୟକ୍ତି ମାକ୍ସ ପିନ୍ଧିବା କଟକଣାକୁ ବାଧ୍ୟତାମୂଳକ କରାଯିବା ସହ ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କରୋନା ଆକ୍ରାନ୍ତ ସଂଖ୍ୟା ୩୧୮ ରେ ପହଞ୍ôଚ ଥିବାବେଳେ ୨୯୧ ଜଣ ସୁସ୍ଥ ହୋଇଛନ୍ତି । ଇତିମଧ୍ୟରେ ଜିଲାରୁ ମୋଟ ୧୩,୧୮୩ ଜଣଙ୍କ ସାମ୍ପୁଲ ଟେଷ୍ଟ ହୋଇସାରିଛି । ଜିଲାର ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଜିଲାକୁ ୪୭ ହଜାରରୁ ଉର୍ଦ୍ଧ୍ୱ ଫେରିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜିଲା ଜିଲାର ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ଏହାକୁ ଗୁରୁତର ନିଆଯାଇଛି । ବିଶେଷକରି ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ ହୋଇଥିବାବେଳେ, ୧ ଘଣ୍ଟା ମଧ୍ୟରେ ଟେଷ୍ଟ ରିପୋର୍ଟ ପ୍ରଦାନ କରାଯାଇଛି । ତେବେ ଭଦ୍ରକ ପୌରପାଳିକାରେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୧୪ ଦିନ ପାଇଁ କାର୍ଯ୍ୟାଳୟକୁ ବନ୍ଦ କରିଦେବା ସହ କର୍ମଚାରୀ ମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତା ଛଡା ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳକୁ ଜିଲା ପ୍ରଶାସନ ପକ୍ଷରୁ ସିଲ୍ କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.