Home କଟକ କଟକ ସଦର ବି ଡି ଓ ଙ୍କୁ ବୋଧପୁର ପଞ୍ଚାୟତ ମହାଦୁର୍ନୀତି ର ତଦନ୍ତ ଦାବିକଲେ...

କଟକ ସଦର ବି ଡି ଓ ଙ୍କୁ ବୋଧପୁର ପଞ୍ଚାୟତ ମହାଦୁର୍ନୀତି ର ତଦନ୍ତ ଦାବିକଲେ ଗ୍ରାମବାସୀ

28

କଟକ ୬/୧୨ (ଓଡ଼ିଆ ପୁଅ/ଅଭୟ ଜେନା) କଟକ ସଦର ବ୍ଲକ୍ ବୋଧପୂର ପଞ୍ଚାୟତରେ ମହାଦୁର୍ନୀତି ହୋଇଥିବାର ଅଭିଯୋଗ ଆଣିଥିଲେ ପଞ୍ଚାୟତ ବାସୀ। ଦୁର୍ନୀତିର ଲମ୍ବା ଚିଠା ସହ ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ ତଦନ୍ତ କରାଯିବ ବୋଲି ବି ଡି ଓ ପ୍ରତିଶ୍ରୁତି ଦେଇଥିଲେ ହେଁ ତଦନ୍ତରେ ବିଳମ୍ବ ହେବାରୁ ପୁନର୍ବାର ପଞ୍ଚାୟତ ବାସୀ ବି ଡ଼ି ଓ ଙ୍କୁ ଭେଟି ତଦନ୍ତ ପାଇଁ ଦାବି ଜଣାଇଥିଲେ।

ଅନ୍ୟପଟେ ତଦନ୍ତ ନହେବାରୁ ବ୍ଲକ୍ ପ୍ରଶାସନର ଅଜାଣତରେ ଫୁଲରା ଗ୍ରାମରେ ରାତିରେ ରାସ୍ତା କାର୍ଯ୍ୟକୁ ନେଇ ଆଉ ଏକ ଦୁର୍ନୀତି, ଚିଠା ରେ ଯୋଡି ହୋଇଯାଇଛି। ଯାହାକୁ ନେଇ ଗ୍ରାମବାସୀ ବି ଡି ଓ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ଗତ ୨ ତାରିଖ ଦିନ ପଞ୍ଚାୟତରେ ବୋଧପୁର, ନାନପୁର, ଫୁଲରା, ପାଇକାଣ ଆଦି ଗ୍ରାମର ଯୁବକ, ବୁଦ୍ଧିଜୀବୀ, ମୂରବୀ ବ୍ଲକରେ ପହଞ୍ଚି ଗାନ୍ଧିମୂର୍ତି ନିକଟରେ ନୀରବ ପ୍ରତିବାଦ କରିବା ସହ ତୁରନ୍ତ ତଦନ୍ତ କରିବାକୁ ବି ଡି ଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସେହିପରି ବ୍ଲକ ସ୍ତରୀୟ ଏକ କମିଟି ଗଠନ କରାଯାଇଛି। ୭ ଦିନ ମଧ୍ୟରେ କମିଟି ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ କାର୍ଯ୍ୟାନଷ୍ଠାନ ନିଆଯିବ ବୋଲି କହିଛନ୍ତି ବି ଡି ଓ ରାଜୀବ ଲୋଚନ ପରିଡ଼ା।

ତେବେ ଅପେକ୍ଷା, ତଦନ୍ତ ଠିକଣା ବାଟରେ ହେଉଛି ନା ଦିଗହରା ହେଉଛି?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.