Home କଟକ କଟକ ସଦରର ବିଭିନ୍ନ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବିତରଣ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

କଟକ ସଦରର ବିଭିନ୍ନ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବିତରଣ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

49

କଟକ, ୧୯/୧୨ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ରବିବାର ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ, ଉଦଘାଟନ, ଶିଳାନ୍ୟାସ ତଥା ଭତ୍ତା ବଣ୍ଟନ କରିଛନ୍ତି। ବିଧାୟକ ଶ୍ରୀ ବେହେରା ଜନାର୍ଦ୍ଦନ ପୁର, କଳମିଶ୍ରି, ବନ୍ଧୁପୁର ପଞ୍ଚାୟତରେ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରିବାସହ କେତେକ ପ୍ରକଳ୍ପ ଉଦଘାଟନ କରିଥିଲେ। ଶେଷରେ ସାନ୍ତପୁର ପଞ୍ଚାୟତରେ ଚିତ୍ରୋତ୍ପଳା ସେତୁର ଉଭୟ ପାର୍ଶ୍ୱରେ ସ୍ବର୍ଗତ ପ୍ରାକ୍ତନ ମନ୍ତ୍ରୀ କାଳିନ୍ଦୀ ବେହେରା ଏବଂ ପ୍ରାକ୍ତନ ବିଧାୟକ ମାୟାଧର ସେଠୀଙ୍କର ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇଥିଲା। ସାନ୍ତପୁର ପଞ୍ଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ବିଧାୟକ ପ୍ରଭାତ ତ୍ରିପାଠୀ ମୁଖ୍ୟ ଅତିଥି, ଚଳଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ବିଧାୟକ ଚନ୍ଦ୍ରସାରଥୀ ବେହେରାପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇ ବିଜୁ ସ୍ୱାସ୍ଥ୍ୟ କାର୍ଡ ର ଉପଯୋଗୀତା ଓ ଉପାଦେୟତା ସମ୍ପର୍କ ରେ ସୂଚନା ଦେଇ ଥିଲେ। ପ୍ରତିମୂର୍ତ୍ତି ସ୍ଥାପନ କମିଟି ସଭାପତି ଭୈରବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡା. ରଶ୍ମିତା ସେଠୀ, ବି ଡି ଓ କର୍ଣ୍ଣଦେବ ସମାଦାର, ପ୍ରମୋଦ ମହାପାତ୍ର, ସରପଞ୍ଚ ବିଜୟ ଲକ୍ଷ୍ମୀ ମୁଦୁଲି, ପ୍ରମୁଖ ଉଦବୋଧନ ଦେଇ ଥିଲେ। ଶ୍ରୀ ଅଚ୍ୟୁତାନନ୍ଦ ଦାସ ସ୍ୱାଗତ ସୂଚନା ଦେଇଥିବା ବେଳେ ସମାଜସେବୀ ନୃସିଂହ ଚରଣ ମୁଦୁଲି କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ଲକ ବି ଜେ ଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ, ପର୍ଯ୍ୟବେକ୍ଷକ ରମେଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.