କଟକ, ୨/୧୧ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ବାଦାମବାଡ଼ି ଥାନା ପୋଲିସ ବେଆଇନ ବାଣ ବିକ୍ରି ଅଭିଯୋଗରେ ଜଣକୁ ଗିରଫ କରିଥିବା ବେଳେ ସ୍ଥାନୀୟ ପଦ୍ମପୁର ଠାରେ ବେଆଇନ ଭାବେ ମହଜୁଦ ରଖି ବିପୁଳ ପରିମାଣ ବାଣ ବିକ୍ରି କରୁଥିବା ବେଳେ ଜଗତପୁର ପୋଲିସ ଚଢ଼ାଉ କରି ସେସବୁକୁ ଜବତ କରିଛି। ପୋଲିସ ଏହି ଘଟଣାରେ ଜଣକୁ ଗିରଫ କରି ତଦନ୍ତ କରୁଥିବା ଜଣାପଡିଛି।