Home Top News କଟକ ଦୁର୍ଗାପୂଜା ଭସାଣି : ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ଓ ଉତ୍ତେଜନା

କଟକ ଦୁର୍ଗାପୂଜା ଭସାଣି : ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ଓ ଉତ୍ତେଜନା

33

କଟକ, ୭/୧୦ (ଓଡ଼ିଆ ପୁଅ /ଅଭୟ ଜେନା) ଦଶହରା ପରେ ଭସାଣି ଅବସରରେ ବିଭିନ୍ନ ସ୍ଥାନରେ ମେଢ଼ ଗୁଡିକର ଭସାଣି ଚାଲିଛି। ଦଶହରାର ସମସ୍ତ ଆନନ୍ଦ ଉଲ୍ଲାସ ଲଘୁଚାପ ବର୍ଷା ଛଡାଇ ନେଇଛି। ଭସାଣି ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଥିଲା।

ସୂଚନା ମୁତାବକ, ମେଢ଼ ଭସାଣି ବେଳେ କଟକର ଦୁଇ ସାହି ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଝାଞ୍ଜିରି ମଙ୍ଗଳା ଗଡ଼ା ନିକଟରେ ଦୁଇ ସାହି ମଧ୍ୟରେ ଢେଲା ପଥର ମାଡ଼ ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା।

କଟକ ଭସାଣି ଚଳିତ ବର୍ଷ ଲଘୁଚାପ ବର୍ଷା ପାଇଁ ଫିକା ଓ ନୈରାଶ୍ୟ ଜନକ ରହିଛି। ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.