Home କଟକ କଟକ ଖ୍ରୀଷ୍ଟ ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ

କଟକ ଖ୍ରୀଷ୍ଟ ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ

150

କଟକ, ୦୨/୧୨ (ଓଡ଼ିଆ ପୁଅ/ ଅଭୟ ଜେନା ) ଖ୍ରୀଷ୍ଟ ମହାବିଦ୍ୟାଳୟ ରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ.ସି.ସି) ଓ ଯୁବ ରେଡକ୍ରସ୍ ତରଫରୁ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷା ଶ୍ରୀମତୀ ମଧୁମିତା ପାତ୍ର ଏହି ସଚେତନତା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। କଲେଜର ଏନ.ସି.ସି କ୍ୟାଡେଟ୍ ଓ ସ୍ବେଚ୍ଛାସେବୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା ସହ ବିଭିନ୍ନ ପ୍ଲାକାର୍ଡ ମାଧ୍ୟମରେ ଏଡସ ଦିବସର ବାର୍ତ୍ତା ପ୍ରଚାର କରିଥିଲେ। ଏହି କାର୍ଯ୍ୟକ୍ରମକୁ ଏନ.ସି.ସି ର ଲେଫଟନାଣ୍ଟ ଡଃ ଜ୍ଞାନେଶ୍ବର ରଥ, ଯୁବ ରେଡକ୍ରସ୍‌ ର ପରାମର୍ଶଦାତା ଅଧ୍ୟାପକ ଶୋଭନ ପଣ୍ଡା, ସଂଯୋଜକ ଡଃ ପ୍ରଦୀପ୍ତ କୁମାର ପତି, ଅଧ୍ୟାପକ ଶିବାନନ୍ଦ ମହାନ୍ତି ଓ ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.