Home ଓଡ଼ିଶା କଟକ : କରୋନା କଟକଣା ମଧ୍ୟରେ ଜଗତ ଜନନୀ ମା’ ଦୁର୍ଗାଙ୍କ ବିଜୟାଦଶମୀ ପୂଜା

କଟକ : କରୋନା କଟକଣା ମଧ୍ୟରେ ଜଗତ ଜନନୀ ମା’ ଦୁର୍ଗାଙ୍କ ବିଜୟାଦଶମୀ ପୂଜା

140

କଟକ : ୧୫/୧୦(ଓଡ଼ିଆ ପୁଅ /ଅଭୟ ଜେନା) ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା। ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ସାରା ପରିବେଶ। ରାଜ୍ୟର ପୁରପଲ୍ଲୀରେ ମା’ ଦୁର୍ଗାଙ୍କ ଆବାହନ କରାଯାଇଥିବା ବେଳେ ଏଥିରୂ ଵାଦ୍ ପଡିନି ସିଲଭର୍ ସିଟି କଟକ। ଆଜି ମା ଙ୍କ ବିଜୟାଦଶମି ପୂଜା କରାଯାଇଛି। ସହରର ପ୍ରତ୍ୟକଟି ମଣ୍ଡପରେ ମା’ ଙ୍କୁ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି। ମଣ୍ଡପ ଗୁଡିକରେ ସେଭଳି କାର୍ଯ୍ୟକ୍ରମ ନ ଥିଲେ ବି କୋଭିଡ୍ କଟକଣା ମଧ୍ୟରେ ପୂଜା କରାଯାଇଛି। ପୂଜା ମଣ୍ଡପରେ ମା’ ଙ୍କୁ ସ୍ୱତନ୍ତ୍ର ବିଧି ଅନୁସାରେ ପୂଜା କରାଯାଇଛି। ଗତତିନି ଦିନ ଧରି ପୂଜା ମଣ୍ଡପମାନଙ୍କରେ ମା’ ଙ୍କ ପୂଜା କରାଯାଇଛି। ପ୍ରତ୍ୟକ ବର୍ଷ ସହରରେ ଦୁର୍ଗାପୁଜାକୁ ଦେଖିବା ଲାଗି ପ୍ରବଳ ମାତ୍ରାରେ ଭିଡ ଲାଗି ରହିଥାଏ। ହେଲେ କୋଭିଡ୍ କଟକଣା ପାଇଁ ଚଳିତ ବର୍ଷ କୌଣସି ପ୍ରକାର ଜନଗହଳି ଦେଖାଯାଇନାହିଁ। ଅନ୍ୟପଟେ ସହରର ରାଣୀହାଟ, ଚାଉଳିଆଗଞ୍ଜ, ଖାନନଗର, ମଙ୍ଗଳବାଗ, ସେକବଜାର ଆଦି ମଣ୍ଡପରେ ପୂଜା ଅନୁଷ୍ଠିତ ହୋଇଛି। ମଣ୍ଡପଗୁଡିକରେ ସାମ୍ନା ପଟୁ ପରଦା ଟଣାଯାଇ ଭିତରେ ପୂଜା କରାଯାଇଥିବା ବେଳେ କୌଣସି ଭକ୍ତଙ୍କୁ ଭିତରକୁ ଦର୍ଶନ କରିବାକୁ ଛଡାଯାଇ ନ ଥିଲା। ସେହିପରି ଜଣେ କର୍ତ୍ତା ଏବଂ ୪ ଜଣ ପୂଜକଙ୍କୁ ନେଇ ପୂଜା କରାଯାଇଥିଲା। ସେହିପରି କଟକ ଜିଲ୍ଲା ର ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଆଦି ଅଞ୍ଚଳରେ ମଧ୍ୟ ନିରାଡ଼ମ୍ବର ପୂଜା ଅନୁଷ୍ଠିତ ହେଉଛି। ଆଉ ସରକାର କରିଥିବା ଏସ୍ ଓ ପି କୁ ପାଳନ କରାଯାଇଥିବା କହିଛନ୍ତି କମିଟିର କର୍ମକର୍ତ୍ତାମାନେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.