କଟକ, ୨୭/୧୨ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ ଜିଲ୍ଲା ପୀର ବଜାର ଠାରେ ଗତକାଲି ଗୁଡି ସୂତାରେ ବେକ କଟି ଜଣେ ଯୁବକ ମୃତ୍ୟୁ ବରଣ କରିବା ପରେ ଆଜି କଟକରେ ପୋଲିସର ଗୁଡି ସୂତା ଦୋକାନ ଉପରେ ଅତର୍କିତ ଚଢ଼ାଉ କରଛି।
ମଙ୍ଗଳବାଗ ଥାନା ପୋଲିସ ଶତାଧିକ ନଟେଇ ଓ ଗୁଡି ଜବତ କରିବାସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଜଗତପୁର ପୋଲିସ ମଞ୍ଜା ସୂତା ଓ ଗୁଡ଼ି ବିକ୍ରି କରୁଥିବା ସେକ ଆନୱାର ନାମକ ଜଣେବ୍ୟକ୍ତିକୁ ଗିରଫ କରିଥିବା ଜଣାପଡିଛି।