Home ଓଡ଼ିଶା କଟକଣା ବିହୀନ ଦର୍ଶନ ହେଲେ ଯାତ୍ରା ପାଇଁ ଅନୁମତି ମିଳିଲାନି

କଟକଣା ବିହୀନ ଦର୍ଶନ ହେଲେ ଯାତ୍ରା ପାଇଁ ଅନୁମତି ମିଳିଲାନି

29

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୧୧-  ମନ୍ଦିର ମାଳିନୀ ନଗରୀ କହିଲେ ନୟାଗଡ ଜିଲ୍ଲା ର ରଣପୁର କୁ ବୁଝାଇ ଥାଏ । ଏଠାରେ ଶତାଧିକ ଶିବ ମନ୍ଦିର ସହ ଜଗନ୍ନାଥ ମନ୍ଦିର ଓ ମା ମଣିନାଗ ପୀଠ  ରହିଅଛି । ଏଥି ସାଙ୍ଗକୁ  ୪ ଗୋଟି ମଠ ରେ ମନ୍ଦିର ରହିଛି । ପ୍ରତିବର୍ଷ ମଝିଆଖଣ୍ଡସ୍ଥ କମଳେଶ୍ୱର ଦେବ ପୀଠ , ତାଳକଣି ସ୍ଥିତ ଖରାଖିଆ ବୈଦ୍ୟନାଥ ପୀଠ ଓ ଶ୍ୟାମଘନପୁର  ବେଙ୍ଗା ପାହାଡ ରେ ଥିବା କାର୍ତ୍ତିକ ପୁର୍ଣ୍ଣମୀ ଯାତ୍ରା ଅନୁଷ୍ଠିତ ହୋଇଥାଏ ।  କିନ୍ତୁ ପ୍ରଶାସନିକ କଟକଣା ଯୋଗୁଁ ଚଳିତ ବର୍ଷ ଯାତ୍ରା ବନ୍ଦ ହୋଇ ଯାଇଛି ।  କିନ୍ତୁ ଦୀର୍ଘ ଦିନର ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ  ଥିବା ଦୁରତ୍ୱ ଧର୍ମ ମାସ ର କାର୍ତ୍ତିକ ପୁର୍ଣ୍ଣିମା ଯାହାକୁ କି ରାହାସ ପୁର୍ଣ୍ଣିମା ଅପସରି ଯାଇଥିବା ଦେଖିବାକୁ ମିଳିଥିଲା ।

ପୋଲିସ ପଇଁତରା ଗାଡି ବୁଲୁଥିଲା ସତ ହେଲେ ଭକ୍ତ ମାନେ ବେଖାତିର କରି ଚାଲିଥିଲେ ।  ପ୍ରାୟ ୯୦ ଭାଗ ଶ୍ରଦ୍ଧାଳୁ ଭକ୍ତ ମୁହଁରେ ମାସ୍କ ନଥିଲା । ସାମାଜିକ ଦୁରତ୍ୱ କଥା ନ କହିବା ଭଲ । କମଳେଶ୍ୱର ପୀଠ ରେ ଡାକ ବାଜି ଯନ୍ତ୍ର ଯୋଗେ କୋଭିଡ୍ କଟକଣା ମାନିବା ପାଇଁ ସୂଚନା ପ୍ରଦାନ କରାଯାଉଥିଲା ହେଲେ ଶ୍ରଦ୍ଧାଳୁ ଭକ୍ତମାନେ  ବେଖାତିର କରୁଥିବା ଦେଖିବାକୁ ମିଳୁଥିଲା । ପ୍ରତ୍ୟେକ ହିନ୍ଦୁ ପରିବାର ର  ମହିଳା ମାନେ ବୋଇତ ବନ୍ଦାଣ କରିବା ପରେ ଶ୍ରୀଜିୟୁ ମାନଙ୍କୁ ଦର୍ଶନ କରିବା ପାଇଁ ଧାଡି ଲମ୍ବିଥିଲା ।  ରଣପୁର ର ଜଗନ୍ନାଥ ମନ୍ଦିର , ସ୍ୱପ୍ନେଶ୍ୱର ମନ୍ଦିର , ବାବା ଚଣ୍ଡେଶ୍ୱର ମନ୍ଦିର ,  ବଧି ବାଲୁଙ୍କେଶ୍ୱର , ତୋଟା ବାଲୁଙ୍କେଶ୍ୱର , ଦଣ୍ଡା ବାଲୁଙ୍କେଶ୍ୱର ଆଦି ପୀଠ ମାନଙ୍କରେ ଭୋର  ୪ ଟା ସମୟରୁ ଭିଡ ଲାଗି ରହିଥିଲା । ଏହି ଭିଡଦିନ ସାରା ସଂନ୍ଧ୍ୟା ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.