Home Top News କଂଗ୍ରେସ ସାମାଜିକ ଗଣମାଧ୍ୟମର କର୍ମୀମାନଙ୍କୁ ଭର୍ଚୁଆଲ୍ ବୈଠକରେ ଅନ୍ୟାୟ ବିରୁଦ୍ଧରେ ଲଢି ଜନସାଧାରଣଙ୍କୁ ନ୍ୟାୟ ଦେବା...

କଂଗ୍ରେସ ସାମାଜିକ ଗଣମାଧ୍ୟମର କର୍ମୀମାନଙ୍କୁ ଭର୍ଚୁଆଲ୍ ବୈଠକରେ ଅନ୍ୟାୟ ବିରୁଦ୍ଧରେ ଲଢି ଜନସାଧାରଣଙ୍କୁ ନ୍ୟାୟ ଦେବା ପାଇଁ ଆହ୍ୱାନ କଲେ ରାହୁଲ ଗାନ୍ଧୀ

33

ଭୁବନେଶ୍ୱର ୧୬ ଜୁଲାଇ (ଓଡ଼ିଆ ପୁଅ) : ଏ.ଆଇ.ସି.ସି. ସାମାଜିକ ଗଣମାଧ୍ୟମ ବିଭାଗ ଆଜି ଏକ ଭର୍ଚୁଆଲ୍ ବୈଠକ ଆୟୋଜନ କରିଥିଲା। ସର୍ବଭାରତୀୟ କଂଗ୍ରେସ ଦଳର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ୍ ଗାନ୍ଧୀ ଯୋଗଦେଇ ସାମାଜିକ ଗଣମାଧ୍ୟମର ଭୂମିକା ଏବଂ ଲୋକଙ୍କ ସ୍ୱରକୁ କିଭଳି ଭାବରେ କଂଗ୍ରେସ ଦଳର ସାମାଜିକ ଗଣମାଧ୍ୟମର ପ୍ରତିନିଧିମାନେ ଅଧିକରୁ ଅଧିକ ପ୍ରଚାରିତ ଏବଂ ପ୍ରସାରିତ କରି ଜନ ସଚେତନ ସୃଷ୍ଟି କରିବା ସହିତ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ ସଦାସର୍ବଦା ଚେଷ୍ଟା କରିବା ଉଚିତ୍। ସାମାଜିକ ଗଣମାଧ୍ୟମରେ ସଠିକ୍ ତଥ୍ୟ ଓ ଶାଳୀନତାକୁ ବଜାୟ ରଖିବା ପାଇଁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ଦଳର ସାମାଜିକ ଗଣମାଧ୍ୟମର କର୍ମୀମାନେ ଗ୍ରାମାଞ୍ଚଳର ବୁଥ୍ ସ୍ତରରୁ ଲୋକଙ୍କ ସମସ୍ୟା ସହିତ ଜଡ଼ିତ ରହି ଏହାକୁ ସର୍ବଭାରତୀୟ ସ୍ତରରେ ପହଞ୍ଚାଇବା ହେଉଛି ମୌଳିକ ଦାୟିତ୍ୱ। ମୋଦି ସରକାରଙ୍କର ଜନମାରଣ ନୀତି, ମିଥ୍ୟା ପ୍ରତିଶ୍ରୁତି ଓ ପୁଞ୍ଜିପତିମାନଙ୍କ ସ୍ୱାର୍ଥ ରକ୍ଷା କରିବା, ରାଷ୍ଟ୍ରୀୟ ସମ୍ପତ୍ତିକୁ ବିକ୍ରି କରିବା ଏବଂ ରାଷ୍ଟ୍ରୀୟ ସମ୍ପତ୍ତିକୁ ନିଜ ବ୍ୟକ୍ତିଗତ ବନ୍ଧୁମାନଙ୍କ ହାତରେ ଟେକିଦେବା, ସରକାରୀ ବ୍ୟାଙ୍କମାନଙ୍କୁ ଲୁଟ୍ କରିବା, ଏନ୍‌.ପି.ଏ. ଆଳରେ କୋଟିକୋଟି ଟଙ୍କା ରାଜନୈତିକ ଚାନ୍ଦା ଆଦାୟ କରିବା, ସାମ୍ବିଧାନିକ ଅନୁଷ୍ଠାନମାନଙ୍କର ଦ୍ରୁତ ଅବକ୍ଷୟ କରାଇବା ଏବଂ ଭିନ୍ନ ମତପୋଷଣ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ଚଳାଇବା ଇତ୍ୟାଦି କୁକାର୍ଯ୍ୟ ବିରୁଦ୍ଧରେ ସଂଗଠିତ ହୋଇ କଂଗ୍ରେସ ସାମାଜିକ ଗଣମାଧ୍ୟମ ସ୍ୱର ଉତ୍ତୋଳନ କରିବ। ସ୍ୱର ଉତ୍ତୋଳନ କେରିବା ହେଉଛି ଗଣତନ୍ତ୍ରର ପ୍ରଥମ ପର୍ଯ୍ୟାୟ। ଅନ୍ୟତମ ଅତିଥି ଭାବେ ସାଂସଦ ତଥା ଏ.ଆଇ.ସି.ସି. ସମ୍ପାଦକ ଭେନୁଗୋପାଳ, ଜାତୀୟ କଂଗ୍ରେସ ଗଣମାଧ୍ୟମ ବିଭାଗର ମୁଖ୍ୟ ଶ୍ରୀ ରଣଦିପ୍ ସିଂହ ସୂର୍ଯ୍ୟୱାଲା, ଜାତୀୟ ଗଣମାଧ୍ୟମ ଅଧ୍ୟକ୍ଷ ରୋହନ ଗୁପ୍ତା ପ୍ରମୁଖ ସାମାଜିକ ଗଣମାଧ୍ୟମର କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିବା ସହିତ ଉପାଦେୟ ପରାମର୍ଷ ଦେଇଥିଲେ। ଯେଉଁଥିରେ ଦେଶରୁ ୩୦୦୦ରୁ ଅଧିକ ସାମାଜିକ ଗଣମାଧ୍ୟମର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ। ରାଜ୍ୟ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦଙ୍କ ନେତୃତ୍ୱରେ ଓଡ଼ିଶା ପି.ସି.ସି. ସୋସିଆଲ୍ ଗଣମାଧ୍ୟମର ୩୫୦ରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା ସଦସ୍ୟ ଯୋଗ ଦେଇଥିଲେ। ମହାନନ୍ଦ ଯୋଗଦେଇ କହିଥିଲେ, ଉଭୟ ବିଜେଡ଼ି ଓ ବିଜେପିକୁ ନେଇ ସୋସିଆଲ୍ ମିଡ଼ିଆରେ ପର୍ଦ୍ଦାଫାସ୍ କରିବା ପାଇଁ ସେମାନେ ଏକ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ଆଗାମୀ ଦିନରେ କଂଗ୍ରେସ୍ ଓଡ଼ିଶାରେ ଆହୁରି ଶକ୍ତିଶାଳୀ ହେବ ଏବଂ ସାମାଜିକ ଗଣମାଧ୍ୟମ ବିଭାଗ ଏଥିରେ ଏକ ବଡ଼ ଭୂମିକା ନେବ। ରାହୁଲ୍ ଗାନ୍ଧୀଙ୍କ ସହ ଆଜିର ଭର୍ଚୁଆଲ୍ ବୈଠକରେ ରାଜ୍ୟର ସୋସିଆଲ୍ ମିଡ଼ିଆମାନଙ୍କୁ ଉତ୍ସାହିତ କରିଛି ଓ ସେମାନେ ପୂର୍ବ ଅପେକ୍ଷା ଅଧିକ କାର୍ଯ୍ୟ କରିବା ପାଇଁ ସାହସ ଜୁଟାଇ ପାରିଛନ୍ତି। ଆଜି ଏହି ଐତିହାସିକ ବୈଠକ ପରି ଆଗକୁ ଅନେକ ବାର ବୈଠକ ବସିବ ବୋଲି ରାଜ୍ୟ ସାମାଜିକ ଗଣମାଧ୍ୟମର ର ସାଧାରଣ ସମ୍ପାଦକ ଦୀପକ ମହାପାତ୍ର ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.