Home ଜିଲ୍ଲା ପରିକ୍ରମା ଆଦିବାସୀ ଗରିବ ପକ୍ଷାଘାତ ଲକ୍ଷ୍ମୀଙ୍କୁ ମିଳୁନି ସରକାରୀ ସୁବିଧା

ଆଦିବାସୀ ଗରିବ ପକ୍ଷାଘାତ ଲକ୍ଷ୍ମୀଙ୍କୁ ମିଳୁନି ସରକାରୀ ସୁବିଧା

13

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦିବାସୀ, ଗରିବ, ଖଟିଖିଆ ମେହନତି ମଣିଷ ଓ ଜଟିଳ ରୋଗୀ ମାନଙ୍କୁ ଚିକିତ୍ସାର ସୁଯୋଗ ସୃଷ୍ଟି କରିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଆତ୍ମ ନିର୍ଭରଶୀଳ ହେବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନାମାନ ପ୍ରଣୟନ କରାଯାଉଛି । ହେଲ ଏହାର ସୁଫଳ ପହଞ୍ଚି ପାରୁନି ପ୍ରକୃତ ଗରିବ ପରିବାର ପାଖରେ । ଏହିଭଳି ଏକ ସ୍ପର୍ଶକାତର ବିଷୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମକୃଷ୍ଣପୁର ପଂଚାୟତ ଅର୍ନ୍ତଗତ ୧୩ ନଂ ୱାର୍ଡ଼ର ପକ୍ଷାଘାତ ରୋଗାକ୍ରାନ୍ତ ଲକ୍ଷ୍ମୀ ମୁଣ୍ଡା ଓ ତାଙ୍କ ସ୍ୱାମୀ କାର୍ତ୍ତିକ ମୁଣ୍ଡାଙ୍କ କ୍ଷେତ୍ରରେ । ଉକ୍ତ ଆଦିବାସୀ ପରିବାର ନିରକ୍ଷର ଗରିବ ତଥା ସରଳ ପ୍ର୍‌କୃତି ଯୋଗୁଁ ସରକାରୀ ଅବହେଳାର ଶିକାର ହୋଇଛନ୍ତି । ପରିବାରର ୬ ଜଣ ସଦସ୍ୟଙ୍କ ରାସନକାର୍ଡ଼ରେ ବୋହୂ ମୃତ ପିଙ୍କି ମୁଣ୍ଡାଙ୍କ ଏକମାତ୍ର ଆଧାର ଅନଲାଇନ ସଂଯୋଗ ହୋଇଥିବାରୁ ମିଳିପାରୁନି ରାସନ ସାମଗ୍ରୀ । ପୂର୍ବରୁ ରାସନ ପାଇ ଆସୁଥିଲେ ବି ଉକ୍ତ ପରିବାର ଆଜକୁ ୫ ମାସ ହେବ ରାସନ ସାମଗ୍ରୀରୁ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ପକ୍ଷାଘାତ ଲକ୍ଷ୍ମୀ ମୁଣ୍ଡା ଭଙ୍ଗା ଚାଳଛପର ଘର ପିଣ୍ଡାରେ ଭୋକ ଉପାସରେ ପଡ଼ି ରହିଥିବା ବେଳେ କାର୍ତ୍ତିକ ତାଙ୍କ ସେବ ଶ୍ରୁଷୁଶାରେ ଥାଇ ପରଘରକୁ ମୂଲ ଲାଗିବାକୁ ଯାଇ ପାରୁ ନାହାନ୍ତି । ଅପରପକ୍ଷେ ପୁଅ ୨ଜଣ ବିଦେଶରେ ରହୁଥିବାରୁ ସେମାନଙ୍କ ରାସନ ମଧ୍ୟ ପାଇ ପାରୁ ନାହନ୍ତି ଲକ୍ଷ୍ମୀ ଓ କାର୍ତ୍ତିକ । ନିଜେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ଥିବା ସ୍ଥଳେ ପକ୍ଷାଘାତ ରୋଗାଗ୍ରସ୍ତ ସ୍ତ୍ରୀ କୁ ନେଇ ପରିବାର ଚଳାଇବାକୁ ସମର୍ଥ ହୋଇ ପାରୁନାହାନ୍ତି କାର୍ତ୍ତିକ । ଏପରିକି ନିଜ ଚାଳଘରକୁ ପ୍ରତିବର୍ଷ ଛାଉଣୀ ମଧ୍ୟ କରି ପାରୁ ନାହାନ୍ତି । ସ୍ୱାମୀ ଓ ସ୍ତ୍ରୀଙ୍କ ବୟସ ଭତ୍ତା ପାଇବା ପାଇଁ ହୋଇଯାଇଥିଲେ ସୁଦ୍ଧା ସେ ଏହା ପାଇ ପାରି ନାହାନ୍ତି । ଯନି କାର୍ତ୍ତିକ ଓ ଲକ୍ଷ୍ମୀଙ୍କୁ ଭତ୍ତା ମିଳି ପାରନ୍ତା ତାହା ହେଲେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଏହି ପରିବାର ସମର୍ଥ ହୋଇପାରନ୍ତେ । ଅନ୍ୟପକ୍ଷରେ ଆବାସ ଯୋଜନାରେ ଏହି ପରିବାର ସାମିଲ ହୋଇପାରିନଥିବାରୁ ୨ ପ୍ରାଣୀ କୁଟୁମ୍ବ ଭଙ୍ଗା ଦଦରା ଚାଳଘରେ ରହିବାକୁ ବାଧ୍ୟ ହେଉଛନ୍ତି । କାର୍ତ୍ତିକଙ୍କ ପରିବାର ପ୍ରତି ପ୍ରଶାସନିକ ସ୍ତରରେ ଏହିପରି ବୈମାତୃକ ମନୋଭାବକୁ ସାଧାରଣରେ ଅସନ୍ତୋଷ ଭାବ ସୃଷ୍ଟି ହୋଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.