Home ଜିଲ୍ଲା ପରିକ୍ରମା କଂଗ୍ରେସ ଅଫିସ ଗଳି ରାସ୍ତାର ଅବରୋଧ ଉଚ୍ଛେଦ

କଂଗ୍ରେସ ଅଫିସ ଗଳି ରାସ୍ତାର ଅବରୋଧ ଉଚ୍ଛେଦ

17

ବାଲେଶ୍ୱର, ୧୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଦୀର୍ଘଦିନ ଧରିର ମରଣଯନ୍ତା ପାଲଟିଥିବା ବାଲେଶ୍ୱର ସହରର କଂଗ୍ରେସ ଅଫିସ ଗଳି ରାସ୍ତାର ନବୀକରଣ ପାଇଁ ଶୁକ୍ରବାର ଦିନ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା। ପୌରପାଳିକା ପକ୍ଷରୁ ହୋଇଥିବା ଉଚ୍ଛେଦ ବେଳେ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରାୟ ୬ମାସ ପୂର୍ବରୁ ହୋଇଥିବା ନୋଟିସ ପରେ ପୌରପାଳିକା କିମ୍ବା ପୂର୍ତ୍ତ ବିଭାଗ ପକ୍ଷରୁ ଏନେଇ କୌଣସି ଉଦ୍ୟମ ନହେବା ଯୋଗୁଁ ଆଉ ଉଚ୍ଛେଦ ହେବନାହିଁ ବୋଲି ସ୍ଥାନୀୟ ଲୋକେ ଭାବିଥିଲେ। ସୋମବାର ଦିନ ବିଭାଗ ପକ୍ଷରୁ ହଠାତ୍‍ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ତେବେ ଲୋକଙ୍କ ବିରୋଧ ଯୋଗୁଁ କିଛିରାସ୍ତାର ଉଚ୍ଛେଦ ପରେ ପ୍ରକ୍ରିୟା ବନ୍ଦ ହୋଇଥିଲା। ଦୀର୍ଘ ସମୟର ଆଲୋଚନା ପରେ ସେଠାକାର ବାସିନ୍ଦା ୨/୩ ଦିନ ମଧ୍ୟରେ ନିଜେ ନିଜେ ଅବରୋଧ ଉଠେଇ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସଦର ସଦର ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ହୋଇଥିବା ଉଚ୍ଛେଦ ପ୍ରକ୍ରିୟାରେ ପୌରପାଳିକା କର୍ମଚାରୀଙ୍କ ପୂର୍ତ୍ତ ବିଭାଗ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.