Home ଉପ ନିର୍ବାଚନ କଂଗ୍ରେସର ହେବିୱେଟଙ୍କ ନିର୍ବାଚନୀ ପ୍ରଚାର

କଂଗ୍ରେସର ହେବିୱେଟଙ୍କ ନିର୍ବାଚନୀ ପ୍ରଚାର

57

ତିର୍ତ୍ତୋଲ ୩୧-୧୦ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କରେ ହେବିୱେଟ ମାନଙ୍କର ନିର୍ବାଚନୀ ପ୍ରଚାର କରାଯାଇଥିବା ଦେଖିବାକୁ ମିଳିଛି। ଆଜି କଂଗ୍ରେସ ପକ୍ଷରୁ ଜଗନ୍ନାଥପୁର ପଞ୍ଚାୟତ ସାଇ ମନ୍ଦିର ନିକଟରୁ ଏକ ବିରାଟ ରାଲି ବାହାରି ଇବ୍ରିସିଂ, ତୁଳଙ୍ଗ ପଞ୍ଚାୟତ ପରିକ୍ରମା କରିବାପରେ ଗରାମ ପଞ୍ଚା ଭଗବତୀ ପୀଠରେ ପହଞ୍ଚିଥିଲା। ସେଠାରେ ଏକ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା। ଏଥିରେ ପୂର୍ବତନ ସାଂସଦ ରଞ୍ଜିବ୍ ବିଶ୍ୱାଳ, ଜଟଣୀ ବିଧାୟକ ସୁର ରାଉତରାୟ, କଂଗ୍ରେସ ମୁଖପାତ୍ର ସତ୍ୟ ନାୟକ, ଶିବାନନ୍ଦ ରାୟ, ଦେବାଶିଷ ପଟ୍ଟନାୟକ, ଯୁବସଂଠକ ଦେବପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ କଂଗ୍ରେସ ପ୍ରାର୍ଥୀ ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ହାତ ଚିହ୍ନରେ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବାପାଇଁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ଜଗନ୍ନାଥପୁର ସାଇ ମନ୍ଦିର ନିକଟରୁ ମଟର ସାଇକେଲ ରାଲିର ଏକ ବିରାଟ ଶୋଭାଯାତ୍ରା ବାହାରିଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.