Home ଓଡ଼ିଶା କଂଗ୍ରେସରୁ ଇସ୍ତଫା ଦେଲେ ପୁବ ର୍ତନ ବ୍ଲକ ସଭାପତି ନୀଳକଂଠ

କଂଗ୍ରେସରୁ ଇସ୍ତଫା ଦେଲେ ପୁବ ର୍ତନ ବ୍ଲକ ସଭାପତି ନୀଳକଂଠ

51

ମାଲକାନଗିରି,୧୦ା୧୦ (ଓଡିଆ ପୁଅ) ମାଲକାନଗିରି ର ପୁରୁଖା କଂଗ୍ରେସ ନେତା,ବ୍ଲକର ପୁବ ର୍ତନ ସଭାପତି ତଥା ପୁବ ର୍ତନ ଜିଲ୍ଲାପରିଷଦ ସଭ୍ୟ ବିଏଲପୁର ଗ୍ରାମର ନିଳକଠଂ ଝୋଲା ଆଜି କଂଗ୍ରେସ ଦଳର ପ୍ରାଥମିକତା ପଦବିରୁ ଇସ୍ତପା ଦେଇଛନ୍ତି । ତାଙ୍କର ଇସ୍ତପା ପତ୍ର ଜିଲ୍ଲାକଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ନିକଟକୁ ପଠାଇଦେଇ ଥିବାର ଜଣାପଡିଛି । ଶ୍ରୀ ଝୋଲା ଦୀର୍ଘ୩୦ବର୍ଷଧରି କଂଗ୍ରେସ ଦଳର ବିଭିନ୍ନ ପଦପଦବିରେ ରହି ଦଳପାଇଁ ନିଷ୍ଠାର ସହ କାର୍ଯ୍ୟ କରିଆସୁଥିଲେ । ତାଙ୍କର ବ୍ୟକ୍ତିଗତ କାରଣରୁ ସେ କଂଗ୍ରେସ ଦଳରୁ ଇସ୍ତାପା ଦେଇଥିବାର କହିଛନ୍ତି । ବିଏଲପୁର ଗ୍ରାମର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଗଙ୍ଗାଧର ଝୋଲା ଙ୍କ ସଂପର୍କିୟ ଶ୍ରୀ ଝୋଲା ଝୋଲା ନବିକଟସ୍ଥ ଥାପାଗୁଡା ଗ୍ରାମରେ ସ୍ୱାଧିନତା ସଂଗ୍ରାମୀ ଗଙ୍ଗାଧର ଝୋଲା ଙ୍କ ସ୍ମୃତି ଉଦେଶ୍ୟରେ ଏକ ହାଇସ୍କୁଲ ପ୍ରତିଷ୍ଟାକରିଛନ୍ତି । ସେଜଣେ ଆଦିବାସୀ ଟାଣୁଆ ନେତା ଭାବେ ପରିଚିତ,ଏହା ପୁବ ର୍ରୁ କଂଗ୍ରେସ ଦଳର ଜିଲ୍ଲା କାର୍ଯ୍ୟକାରି ସଭାପତି ରାମ ପଟନାୟକ ମଧ୍ୟ ଦଳରୁ ଇସ୍ତପା ଦେଇଥିଲେ । ଜଣହ୍‌କ ପରେ ଜଣେ କଂଗ୍ରେସ ଦଳରୁ ଇସ୍ତପା ଦେବା ଘଟଣାରେ ଜିଲ୍ଲାରେ କଂଗ୍ରେସ ଦଳର ଦୁର୍ଗ ଧିରେ ଧିରେ ପତନ ହେବାକୁ ଲାଗିଥିବାର ଜଣାପଡିଛି । ସୁଚନା ଯୋଗ୍ୟ ଯେ ଠିକ ସେହିପରି କଂଗ୍ରେସ ଦଳର ପିସିସି କାର୍ଯ୍ୟକାରି ସଭାପତି ବରିଷ୍ଠ କଂଗ୍ରେସ ନେତା ପୁବ ର୍ତନ ସାଂସଦ ପ୍ରଦୀପ ମାଝୀ ମଧ୍ୟ ଦଳଛାଡି ବିଜେଡି ପାର୍ଟୀ ରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଥିବାର ଚର୍ଚାଯୋରଦାର ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.