Home ଜିଲ୍ଲା ପରିକ୍ରମା କଂକ୍ରିଟ୍ ରାସ୍ତାର ଶୁଭ ଉଦ୍‌ଘାଟନ କଲେ ଭଦ୍ରକ ବିଧାୟକ

କଂକ୍ରିଟ୍ ରାସ୍ତାର ଶୁଭ ଉଦ୍‌ଘାଟନ କଲେ ଭଦ୍ରକ ବିଧାୟକ

41

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ଭଦ୍ରକ ପୌରପାଳିକା ୬ ନଂ ୱାର୍ଡ ମଧ୍ୟରେ ଯାଉଥିବା ଡାହାଣୀଗଡିଆର ମହାବୀର ନଗର ଠାରେ ଆପୋଲ ଟାୟାର ସୋ ରୁମ୍ ଠାରୁ ପୀତାମ୍ବର ନାୟକଙ୍କ ଘର ପର୍ଯ୍ୟନ୍ତ କଂକ୍ରିଟ୍ ରାସ୍ତାର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ କାଉନ୍‌ସିଲର ପ୍ରବୀର ଜେନା, ଗୁଆମାଳ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଦୀର୍ଘଦିନ ଧରି ଏହି ରାସ୍ତାର ମରାମତି କାର୍ଯ୍ୟ ହୋଇପାରୁନଥିଲା । ଫଳରେ ସ୍ଥାନୀୟ କଲୋନୀ ବାସିନ୍ଦା ସହରାଞ୍ଚଳରେ ରହି ମଧ୍ୟ ବର୍ଷାଦିନରେ କୌଣସି ବନ୍ୟା ପ୍ଲାବିତ ଗ୍ରାମୀଣ ରାସ୍ତା ଠାରୁ ଅଧିକ କଦର୍ଯ୍ୟ ରାସ୍ତାରେ ଯାତାୟତ କରୁଥିଲେ । ଏହି ଖବର ଜାଣି ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଉକ୍ତ ରାସ୍ତାଟି ପାଇଁ ୨୦ ଲକ୍ଷ ଟଙ୍କା ମଂଜୁର ହେବା ପରେ ଆଜି ଏହାର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.