Home ଜିଲ୍ଲା ପରିକ୍ରମା ଉପ-ଜିଲ୍ଲାପାଳ ଭାବେ ଯୋଗଦେଲେ ଡ଼ଃ ଶରତ ଚନ୍ଦ୍ର ମହାପାତ୍ର

ଉପ-ଜିଲ୍ଲାପାଳ ଭାବେ ଯୋଗଦେଲେ ଡ଼ଃ ଶରତ ଚନ୍ଦ୍ର ମହାପାତ୍ର

53

ଯାଜପୁର୧୧ା୬ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁରର ନୂତନ ଉପ-ଜିଲ୍ଲାପାଳ ଭାବେ ଡ଼ଃ ଶରତ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଯୋଗଦେଇଛନ୍ତି।

ଜିଲ୍ଲାପାଳ ଚକ୍ରୱତି ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ପୂର୍ବତନ ଉପଜିଲ୍ଲାପଳ ଜ୍ୟୋତି ଶଙ୍କର ମହାପାତ୍ର ଓ ନୂତନ ଉପ-ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କୁ ବିଦାୟ ଓ ସ୍ୱାଗତ କରାଯାଇଥିଲା।

ପୂର୍ବତନ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ରଙ୍କର ପୁରୀ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଧେଶକ ଭାବେ ବଦଳି ହୋଇଛି।

ନୂତନ ଉପ-ଜିଲ୍ଲାପାଳ ଡ଼ଃ ଶରତ ଚନ୍ଦ୍ର ମହାପାତ୍ର ଏହା ପୂର୍ବରୁ ବ୍ୟାସନଗର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ।

ଏହି ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲିକ, ମିହିର ପ୍ରସାଦ ମହାନ୍ତି ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.