Home Top News ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୩୯୨ ଜଣ କୃତକାର୍ଯ୍ୟ : ତେଜସ୍ୱିନୀ ବେହେରା ଟପ୍ପର

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୩୯୨ ଜଣ କୃତକାର୍ଯ୍ୟ : ତେଜସ୍ୱିନୀ ବେହେରା ଟପ୍ପର

57

କଟକ :୮/୧୦ (ଓଡ଼ିଆ ପୁଅ /ଅଭୟ ଜେନା) ଓ ପି ଏସ ସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ୍-୨୦୨୦ ପରୀକ୍ଷାଫଳ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଏହି ପରୀକ୍ଷାରେ ୩୯୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୪୮ ଜଣ ମହିଳା ରହିଛନ୍ତି। ଓଏଏସ୍‌, ଓପିଏସ୍‌, ଓଏଫ୍‌ଏସ୍‌ ଗ୍ରୁପ୍-ଏ ଏବଂ ଓଡ଼ିଶା କୋ ଅପରେଟିଭ୍ ସର୍ଭିସ୍, ଓଡ଼ିଶା ରେଭିନ୍ୟୁ ସର୍ଭିସ୍ ଏବଂ ଓଡ଼ିଶା ଟ୍ୟାକ୍ସେସନ୍ ଆଣ୍ଡ ଆକାଉଣ୍ଟ୍ ସର୍ଭିସ୍ ଗ୍ରୁପ୍-ବି ପଦଵୀ ପାଇଁ ପରୀକ୍ଷା ହୋଇଥିଲା। ପ୍ରିଲିମନାରି, ମୁଖ୍ୟ ଲିଖିତ ପରୀକ୍ଷା ଓ ସାକ୍ଷାତକାର ଭଳି ତିନିଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କୁ ଚୟନ କରାଯାଇ ନିଯୁକ୍ତି ପାଇଁ ସୁପାରିସ କରାଯାଇଥିବା ଜଣାପଡ଼ିଛି।

ଏହି ପରୀକ୍ଷାରେ ତେଜସ୍ବିନୀ ବେହେରା ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଥିବା ବେଳେ ଶୁଭଙ୍କରୀ ସୁଦେସ୍ନା ଦାଶ ଦ୍ବିତୀୟ ଓ ଅନନ୍ୟା ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ୧୦ଜଣଙ୍କ ମଧ୍ୟରେ ୭ଜଣ ମହିଳା ରହିଥିବା ଜଣାପଡ଼ିଛି। ସେହିଭଳି ଦେବବ୍ରତ କର ଚତୁର୍ଥ, ଦେବବ୍ରତ ମହାରଣା ପଞ୍ଚମ, ଅଭୀସ୍ମିତା ତିୱାରୀ ଷଷ୍ଠ, ଶୁଭଶ୍ରୀ ରଥ ସପ୍ତମ, ଶ୍ରୀତପା ମିଶ୍ର ଅଷ୍ଟମ, ବିବେକାନନ୍ଦ ଷଡ଼ଙ୍ଗୀ ନବମ ଓ ତପତୀ ରାଜ ଦଶମ ସ୍ଥାନରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.