Home ଜିଲ୍ଲା ପରିକ୍ରମା ଓଡ଼ିଶା ବିଧାନ ସଭାର ସଦାଚାର କମିଟିର ସମୀକ୍ଷା ବୈଠକ

ଓଡ଼ିଶା ବିଧାନ ସଭାର ସଦାଚାର କମିଟିର ସମୀକ୍ଷା ବୈଠକ

30

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଡ଼ିଶା ବିଧାନ ସଭାର ସଦାଚାର କମିଟିର ଅଧ୍ୟକ୍ଷ ତଥା ବିଧାୟକ ଅମର ପ୍ରସାଦ ଶତପଥୀ ଏବଂ ଗୃହ କମିଟିର ସଦସ୍ୟ ଭାବେ ବିଧାୟକ ଅନନ୍ତ ଦାସ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ଭୂପିନ୍ଦର ସିଂ ଏବଂ ବିଧାୟକ ଅରବିନ୍ଦ ଢାଲି ବିଧାୟକ ସ୍ୱରୂପ ଦାସ ଆଜି ଭଦ୍ରକ ଜିଲ୍ଲା ଗସ୍ତରେ ଆସି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଗୃହ କମିଟି ସହ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ୍ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ଜିଲ୍ଲାପାଳ ସିଦ୍ଦେଶ୍ୱର ବଳିରାମ ବୋନ୍ଦର, ଏସ୍‌.ପି. ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କଲାପରେ ସଭାପତି ଜିଲ୍ଲା ପରିଷଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ କମିଟି ଆଗମନର ଆଭିମୁଖ୍ୟ ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ବୈଠକକୁ ପରିଚାଳନା କରିଥିଲେ। ବିଶେଷ କରି ଲୋକସଭା ଓ ଓଡ଼ିଶା ବିଧାନ ସଭାର ଜନ ପ୍ରତିନିଧି ଓ ସରକାରୀ ପଦାଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ଅନୁକୂଳ ଜନକ ବାତାବରଣ ପାଇଁ ୨୦୦୨ ରୁ ଡିସେମ୍ବର ୫ରେ ବିଜ୍ଞପିତ ହୋଇଥିବା ବୁକ୍ ସର୍କୁଲାର ୪୭ ସମ୍ବନ୍ଧରେ ଆଲୋକପାତ କରି ସେ ସମ୍ବନ୍ଧରେ ବକ୍ତବ୍ୟ ଓ ନିଜର ମତାମତ ଦେବାପାଇଁ ଅନ୍ୟ କମିଟି ସଦସ୍ୟ ଓ ସ୍ଥାନୀୟ ବିଧାୟକଙ୍କୁ କହିଥିଲେ।

ଜନ ପ୍ରତିନିଧିମାନେ ହେଉଛନ୍ତି ସରକାର ଓ ଜନସାଧାରଣ ମଧ୍ୟରେ ସେତୁ। ଉନ୍ନୟନ ମୂଳକ ସରକାରୀ ଯୋଜନା ସବୁର ସଫଳ ରୂପାୟନ ପାଇଁ ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରହିବା ଜରୁରୀ। ଯାହା ବିନା ଜିଲ୍ଲା କି ରାଜ୍ୟର ବିକାଶ ବାଧାପ୍ରାପ୍ତ ହେବ। ସୁତରାଂ ଉଚ୍ଚପଦାଧିକାରୀଙ୍କ ଠାରୁ ଆରମ୍ଭ କରି ତଳ ଶ୍ରେଣୀର କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ବୁକ୍ ସର୍କୁଲାର ୪୭ର ପ୍ରାସଙ୍ଗିକତା ସମ୍ବନ୍ଧରେ ଅବଗତ କରାଇବା ଆବଶ୍ୟକ। ବିଧାନସଭା ନିର୍ବାଚନ ମଣ୍ଡଳସ୍ତରୀୟ ଉନ୍ନୟନ କମିଟିର କାର୍ଯ୍ୟକାରୀତା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ବୁକ୍ ସର୍କୁଲାର ୪୭ର ଅବିକଳ ନକଲ ସମସ୍ତ ପଦାଧିକାରୀଙ୍କୁ ପ୍ରଦାନ କରାଯିବା ଓ ତାକୁ ପଢ଼ି ସମସ୍ତେ ଅନୁପାଳନ କରିବା ଉପରେ ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିଲେ। ଏଥିନେଇ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଓ ଏସ୍‌.ପି. ଅଧ୍ୟକ୍ଷକୁ ଜଣାଇଥିଲେ। ସଦାଚାର କମିଟି ପହଞ୍ôଚଲା ମାତ୍ରେ ଭଦ୍ରକ ବିଧାୟକ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଉପଜିଲ୍ଲାପାଳ ପ୍ରମୁଖଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା। ବୈଠକ ଶେଷରେ ଓମ୍‌ଶାନ୍ତି ତରଫରୁ ସମସ୍ତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.