Home ଜିଲ୍ଲା ପରିକ୍ରମା ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧୋତ୍ସବ ପାଳିତ

ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧୋତ୍ସବ ପାଳିତ

63

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାସ୍ତବରେ ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଉତ୍କଳର ମଣି। ଯେଉଁଥିପାଇଁ ଏ ମାଟି ଓ ଦେଶ ତାଙ୍କୁ “ଉତ୍କଳମଣି” ଉପାଧିରେ ଭୂଷିତ କରି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିଛି। ବର୍ତ୍ତମାନର ଅବକ୍ଷୟମୁଖୀ ସମାଜରେ ତାଙ୍କଭଳି ଜଣେ ତ୍ୟାଗୀ ମହାପୁରୁଷଙ୍କ ଆଦର୍ଶକୁ ଆଜିର ଯୁବପିଢି ପାଥେୟ କଲେ ରାମରାଜ୍ୟ ଗଠନ ହୋଇପାରିବ ବୋଲି ତାଙ୍କର ୯୪ତମ ଶ୍ରାଦ୍ଧୋତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକର ତ୍ୟାଗଭୂମି ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବରେ ଟ୍ରଷ୍ଟର ମୁଖ୍ୟ ପରାମର୍ଶ ଦାତା ଅଜୟ ନାୟକ ଅଧ୍ୟକ୍ଷତା କରିଥିବାବେଳେ ଟ୍ରଷ୍ଟର ମିଡିଆ ସେଲ୍ ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଗୌରାଙ୍ଗ ଚନ୍ଦ୍ର ବାରିକଙ୍କ ମଂଚ ଆମନ୍ତ୍ରଣ ପରେ ମୁଖ୍ୟଅତିଥି କବି ଶ୍ରୀଦେବ, ମୁଖ୍ୟବକ୍ତା କବି କାଳୀପଦ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ସୁସାହିତ୍ୟିକ ତଥା ଡାକ୍ତର ଦୁର୍ଯ୍ୟୋଧନ ଦାସ, ପ୍ରଫେସର ଡ. ଝରଣା ପଟ୍ଟନାୟକ, ଡ. ରାଧାରାଣୀ ମହାପାତ୍ର, ଶିଶୁ ସାହିତ୍ୟିକ ମନୀନ୍ଦ୍ର ମହାନ୍ତି, ଡ. ମମତା ସାହୁ, ଚର୍ଚ୍ଚିକା ପ୍ରସାଦ ମହାପାତ୍ର, ଅଧିବକ୍ତା ଗଦାଧର ବଳ, ପ୍ରଫେସର ରାଜକିଶୋର ସାହୁ, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ମହାନ୍ତି, ରଙ୍ଗରାଗର ସଂପାଦକ ପ୍ରଦୀପ୍ତ ମହାନ୍ତି, ଅଶୋକ ଦ୍ୱିବେଦୀ, ସାମ୍ବାଦିକ ସତ୍ୟଭୂଷଣ ସ୍ୱାମୀ, ସଂଜୀବ ନାୟକ, ଚୈତାଳୀ ଖିଲାର, ଅଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି, କବି ମୁକ୍ତିକାନ୍ତ ମଲ୍ଲି. ଚନ୍ଦନ ଡାକୁଆ, ମାୟାଧର ବିହାରୀ, ଦୀପ୍ତିରଂଜନ ସାହୁ, ଲକ୍ଷ୍ମୀଧର ଆରଣ ପ୍ରମୁଖ ଯୋଗଦେଇ ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନାଦର୍ଶ ଉପରେ ବିଶଦ ଭାବେ ଆଲୋଚନା କରିଥିଲେ। ଶେଷରେ ବିଚିତ୍ରାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାତଃରେ କଚେରୀ ବଜାର ପରିସରରେ ଥିବା ଗୋପବନ୍ଧୁଙ୍କ ଉଦ୍ୟାନ ଓ ଡାହାଣୀଗଡିଆ ଛକରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବାର୍ ଆସୋସିଏସନ୍‌ର ପୂର୍ବତନ ସଭାପତି ବିଷ୍ଣୁମୋହନ ମହାପାତ୍ର, ଗିରିଜା ଶଙ୍କର ଦାସ, ମୃତ୍ୟୁଞ୍ଜୟ ରାଉତ, ସୁଶାନ୍ତ କୁମାର ଘଡେଇ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.