Home ଜିଲ୍ଲା ପରିକ୍ରମା ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ସମ୍ମିଳନୀ-ନିର୍ବାଚନୀ ସଭା

ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ସମ୍ମିଳନୀ-ନିର୍ବାଚନୀ ସଭା

47

ବଲାଙ୍ଗୀର, ୧୭-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବାଲେଶ୍ୱର ଉପ-ନିର୍ବାଚନକୁ ଗୁରୁତ୍ୱ ଦେଇ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ଅନୁବନ୍ଧିତ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ସମ୍ମିଳନୀ ଓ ନିର୍ବାଚନୀ ସଭା ସ୍ଥାନୀୟ ସିଦ୍ଧି କଲ୍ୟାଣମଣ୍ଡପରେ ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସଭା ସାଂସଦ ସୁବାସ ସିଂହ ଏଥିିରେ ଅଧ୍ୟକ୍ଷତା କରିବା ସହିତ ଜିଲ୍ଲା ତଥା ରାଜ୍ୟରେ ବିଭିନ୍ନ ବର୍ଗର ଶ୍ରମିକ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଏକାଧିକ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ନିର୍ମାଣ ଶ୍ରମିକ ହୁଅନ୍ତୁ ବା ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକ, ସମସ୍ତଙ୍କ ପାଇଁ ରାଜ୍ୟ ସରକାର ନୂା ନୂଆ ଯୋଜନା କାର୍ଯ୍ୟକାରୀ କରିଥିବା ସାଂସଦ ସୂଚନା ଦେଇଥିଲେ। ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ସୋ ବିଧାୟକ ପର୍ଶୁରାମ ଧଡ଼ା, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଯଯାତି ଦାସ ମହାସଂଘର ଜୋନାଲ ସମ୍ପାଦକ ହରିଶ ଦାସ, କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ସାଧାରଣ ସମ୍ପାଦକ ଅମର ସିଂହ, ଅଙ୍ଗନୱାଡ଼ି କର୍ମୀ ସଂଘ ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା ପ୍ରମୁଖ ଏଥିରେ ଯୋଗଦେଇ ଚଳିତ ଉପ-ନିର୍ବାଚନ ବିଜେଡି ପାଇଁ ସମ୍ମାନ ଓ ସ୍ୱାଭିମାନର ପ୍ରଶ୍ନ ହୋଇଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ନିମନ୍ତେ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ। ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ କିପରି ଅଧିକ ଭୋଟ ମିଳିବ ସେନେଇ ତୃଣମୂଳ ସ୍ତରରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଥିଲେ। ବିଜେଡି ଜିଲ୍ଲା ମିଡିଆ ପ୍ରଭାରୀ ରଘୁନାଥ ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ଓ ବିଦ୍ୟୁତ୍ କର୍ମଚାରୀ ମହାସଂଘର କର୍ମକର୍ତ୍ତାଙ୍କ ସମେତ ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.