Home ଜିଲ୍ଲା ପରିକ୍ରମା ଓଡ଼ିଶା ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଶେଷ, ୩ଟି ପ୍ରତିଯୋଗିତାରେ ୧୪୦ ରୁ...

ଓଡ଼ିଶା ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଶେଷ, ୩ଟି ପ୍ରତିଯୋଗିତାରେ ୧୪୦ ରୁ ଉର୍ଦ୍ଧ୍ୱ ପିଲାଙ୍କ ଅଂଶଗ୍ରହଣ

24

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୮୮ ତମ ଓଡ଼ିଶା ଦିବସ -୨୦୨୩ କୁ ଭଦ୍ରକ ଜିଲ୍ଲାସ୍ତରରେ ପାଳନ କରାଯିବା ପାଇଁ ଗତ ୧୬ ତାରିଖରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ମାର୍ଚ୍ଚ ୨୭ ଓ ୨୮ ଦୁଇ ଦିନରେ ସମସ୍ତ ପ୍ରତିଯୋଗିତା ସମାପ୍ତ ହୋଇଛି। ବିଦ୍ୟାଳୟସ୍ତରରେ ଜୁନିୟର ଓ ସିନିୟର ଦୁଇଟି ଗ୍ରୁପ୍ ମଧ୍ୟରେ ଓଡ଼ିଆ ବକ୍ତୃତା, ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ର୍ରତିଯୋଗିତାରେ ଭଦ୍ରକ ପୌରାଞ୍ଚଳର ସ୍କୁଲମାନଙ୍କ ସହିତ ପ୍ରତି ବ୍ଲକ୍ ସ୍ତରରୁ ବଚ୍ଛା ଯାଇଥିବା ପ୍ରତିଯୋଗୀମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଏହି ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ ଓଡ଼ିଆ ବକ୍ତୃତା ପାଇଁ ସାଳନ୍ଦୀ ନର୍ସିଂସ୍କୁଲ, ସଙ୍ଗୀତ ପାଇଁ ସାଳନ୍ଦୀ ହସ୍‌ପିଟାଲ, ଚିତ୍ରାଙ୍କନ ପାଇଁ ଚାଇଲଡ଼୍ ଲାଇନ୍ ଆସିଆନା ତରଫରୁ ପୃଷ୍ଠପୋଷକତା ଯୋଗାଇ ଦିଆଯାଇଥିଲା। ଓଡ଼ିଆ ବକ୍ତୃତାରେ ସିନିୟର ଗ୍ରୁପ୍‌ରେ ପ୍ରଥମ ହୋଇଥିବା ଏସ୍‌.ବି.ଡ଼ି. ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର ଅନ୍ୱେଷା ମହାପାତ୍ର ରାଜ୍ୟ ସ୍ତରରେ ଆସନ୍ତା ୩୧.୦୩.୨୦୨୩ରେ ଆୟୋଜିତ ହେବାକୁ ଥିବା ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ହୋଇଛନ୍ତି। ସଳନ୍ଦୀ ହସ୍‌ପିଟାଲର ପ୍ରତିଷ୍ଠାତା ଡା. ପ୍ରଭାସ ଚନ୍ଦ୍ର ମହାନ୍ତି ଏବଂ ଆସିୟାନାର ସଂଯୋଜକ ସେକ୍ ରିୟାଜ୍ ଅହମ୍ମଦ ଉପସ୍ଥିତ ରହି ସଂପୃକ୍ତ ପ୍ରତିଯୋଗିତା ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ଭଦ୍ରକ ଆର୍ଟ କଲେଜର ଅଧ୍ୟକ୍ଷ ମନୋଜ କୁମାର ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ଚିତ୍ରଶିଳ୍ପୀ ଜୟନ୍ତ କୁମାର ନାୟକ, ନାରଣ ଚନ୍ଦ୍ର ବେହେରା ବିଚାରକ ଦାୟିତ୍ୱ ତୁଲାଇଥିଲେ ଏବଂ ଏଥିରେ ସମୁଦାୟ ୪୧ ଜଣ ପିଲା ଅଂଶଗ୍ରହଣ କରିଥିଲେ। ସେହିପରି ବକ୍ତୃତା ପାଇଁ ବସନ୍ତ ପାଣିଗ୍ରାହୀ, କାଦମ୍ବିନୀ ମହାନ୍ତି, କୃଷ୍ଣପ୍ରସାଦ ସାହୁ, ବିଚାରକ ଥିବାବେଳେ ସଙ୍ଗୀତ ପାଇଁ ସୁମତୀ ପଣ୍ଡା, ସୀତାକାନ୍ତ ଦାସ ଏବଂ ରମେଶ ନନ୍ଦ ବିଚାରକ ଦାୟୀତ୍ୱ ନିଭାଇ ଥିଲେ। ଉଭୟ ପ୍ରତିଯୋଗିତାପାଇଁ ଉଭୟ ଗ୍ରୁପ୍ ମିଶି ସମୁଦାୟ ୧୦୦ ପିଲା ଅଂଶ ଗ୍ରହଣ କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୧ ତାରିଖ ଦିନ ସନ୍ଧ୍ୟାରେ ଭଦ୍ରକ ଟାଉନ୍‌ହଲ୍‌ରେ ଓଡ଼ିଶା ଦିବସ ପାଳନ ଉତ୍ସବରେ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.