Home ଓଡ଼ିଶା ଓଡ଼ିଶା ଓ ଛତିଶଗଡ଼ ପୋଲିସ୍ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ

ଓଡ଼ିଶା ଓ ଛତିଶଗଡ଼ ପୋଲିସ୍ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ

46

କଟକ, ୧୬/୧୧ (ଓଡ଼ିଆ ପୁଅ) :- ଆଜି ଅପରାହ୍ନରେ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଓ ଛତିଶଗଡ଼ ପୋଲିସ୍ ମଧ୍ୟରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉଭୟ ରାଜ୍ୟର ଆରକ୍ଷୀ ମହାନିର୍ଦ୍ଦେଶକ ଉପସ୍ଥିତ ରହି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଉଭୟ ରାଜ୍ୟର ପୋଲିସ୍‌ଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ବୈଠକରେ ମତପ୍ରକାଶ ପାଇଛି। ମାଓବାଦୀ କାର୍ଯ୍ୟକଳାପ ବିରୋଧରେ ଅପରେସନ୍‌କୁ ଜୋରଦାର ଏବଂ ଡ୍ରଗ୍ସ ଚୋରା କାରବାରକୁ ରୋକିବା ସଂକ୍ରାନ୍ତରେ ଏହି ସମନ୍ୱୟ ବୈଠକରେ ଆଲୋଚନା ହୋଇଥିଲା। ଉଭୟ ଛତିଶଗଡ଼ ଓ ଓଡ଼ିଶାର ଡିଜିପି ପରସ୍ପରର ସହଯୋଗରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତି ନେଇଛନ୍ତି। ମିଳିତ ଅପରେସନ୍ ଏବଂ ଆବଶ୍ୟକୀୟ ସହଯୋଗ ପାଇଁ ଅନ୍ୟାନ୍ୟ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ପରବର୍ତ୍ତୀ ସମୟରେ ମଧ୍ୟ ପୁଣି ବୈଠକ ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ମାଓବାଦୀ ପ୍ରସଙ୍ଗରେ ଏଡିଜିପି(ଅପରେସନ୍‌), ଛତିଶଗଡ଼ ଏବଂ ଆଇଜି(ଅପରେସନ୍‌) ଓଡ଼ିଶା ନୋଡ଼ାଲ ଅଫିସର୍ ଏବଂ ସେହିପରି ଏନ୍‌ଡିପିଏସ୍ ପ୍ରସଙ୍ଗରେ ଡିଆଇଜି (ଏସ୍‌ଟିଏଫ)୍‌, ଓଡ଼ିଶା ଏବଂ ଡିଆଇଜିପି (ସିଆଇଡି-ସିବି), ଛତିଶଗଡ ନୋଡ଼ାଲ ଅଫିସର୍ ଭାବେ କାର୍ଯ୍ୟ କରିବେ ବୋଲି ବୈଠକରେ ମତପ୍ରକାଶ ପାଇଥିଲା।

ବୈଠକରେ ଛତିଶଗଡ଼ ଡିଜିପିଙ୍କ ସମେତ ଅତିରିକ୍ତ ଡିଜିପି(ଅପରେସନ୍‌), ଆଇଜି(ଇଂଟେଲିଜେନ୍ସ), ବିଭିନ୍ନ ରେଞ୍ଜର ଆଇଜିଙ୍କ ସମେତ ସୁକ୍‌ମା, ବସ୍ତର, ଗୋଡ଼ିଆବନ୍ଧ, ଧାମତରୀ, ମହାଶାମୁଣ୍ଡ୍ ଜିଲ୍ଲାର ଏସ୍‌ପିମାନେ ଉପସ୍ଥିତ ଥିଲେ।

ସେହିପରି ଓଡ଼ିଶା ପୋଲିସ୍ ତରଫରୁ ଡିଜିପି ଶ୍ରୀ ଅଭୟଙ୍କ ସମେତ ଇଂଟେଲିଜେନ୍ସ ନିର୍ଦ୍ଦେଶକ ଲଳିତ ଦାସ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ୍‌ବ୍ରାଂଚ) ସଞ୍ଜୀବ ପଣ୍ଡା, ଆଇଜି (ଅପରେସନ୍‌) ଅମିତାଭ ଠାକୁରଙ୍କ ସମେତ ଡିଆଇଜି(ଏସ୍‌ଟିଏଫ)୍‌, ଡିଆଇଜି (ଏସ୍‌ଆଇଡବ୍ଲ୍ୟୁ), ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାର ଏସ୍‌ପି ଉପସ୍ଥିତ ଥିଲେ। ସେହିପରି ସିଆର୍‌ପିଏଫ୍ ତରଫରୁ ଏଡିଜି(ସିଆର୍‌ପିଏଫ୍‌), ଆଇଜି(ସିଆର୍‌ପିଏଫ୍‌) ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.