Home ଓଡ଼ିଶା ‘ଓ୍ଵାର’ର ଟ୍ରେଲର ଆଉଟ

‘ଓ୍ଵାର’ର ଟ୍ରେଲର ଆଉଟ

396

ମୁମ୍ବାଇ,୨୭/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ରିଲିଜ୍‌ ହେଲା ବଲିଉଡ୍‌ର ସବୁଠୁ ବଡ଼ ଆକ୍ସନ ଫିଲ୍ମ ‘ଓ୍ଵାର’ର ଟ୍ରେଲର । ଟ୍ରେଲରରେ ଦୁଇ ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍‌ ରୋଶନ୍‌ ଓ ଟାଇଗର ସ୍ରଫ୍‌ଙ୍କ ଦମ୍‌ଦାର ଷ୍ଟଣ୍ଟ ଦେଖିବାକୁ ମିଳିଛି । ଏହା ସହିତ ଫିଲ୍ମର ନା ଅନୁସାରେ ଦମଦାର ଫାଇଟ୍‌ ସିକ୍ୱେନ୍ସ ଓ ଆକ୍ସନ ସିନ୍‌ ମଧ୍ୟ ରହିଛି। ପ୍ରଥମ ଥର ପାଇଁ ହ୍ରିତିକ୍‌ ଓ ଟାଇଗର ସ୍ରଫ୍‌ଙ୍କୁ ଗୋଟିଏ ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ ।

ଫିଲ୍ମରେ ଥିବା ଦୁଇ ହିରୋଙ୍କ ଆକ୍ସନ ଓ ଷ୍ଟଣ୍ଟର ଦାୟିତ୍ୱ ନେଇଛନ୍ତି ୪ ଜଣ ଆକ୍ସନ ଡାଇରେକ୍ଟର । ଏହି ଦୁଇ ସୁପରଷ୍ଟାରଙ୍କ ବ୍ୟତୀତ ଫିମେଲ୍‌ ଲିଡ୍‌ରେ ଅଛନ୍ତି ବାଣୀ କପୁର । ତେବେ ଫିଲ୍ମଟିର ଟିଜର ଯେତେ ଦମଦାର ଥିଲା ତାଠାରୁ ଅଧିକ ଦମଦାର ହୋଇଛି ଏହାର ଟ୍ରେଲର  ଅକ୍ଟୋବର ୨ରେ ବଡ଼ ପରଦାକୁ ଆସିବ ଏହି ବଗ୍‌ ବଜେଟ୍‌ ଫିଲ୍ମ ଓ୍ଵାର । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ ଓ ପ୍ରଯୋଜନା କରିଛନ୍ତି ଆଦିତ୍ୟ କପୁର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.