Home ଜିଲ୍ଲା ପରିକ୍ରମା ଓଶୃ ଭଦ୍ରକ ଜିଲ୍ଲାର ୧୨ତମ ଜିଲ୍ଳା ସମ୍ମିଳନୀରେ ଶ୍ରମଜିବୀମାନଙ୍କ ଅଧିକାର ସୁରକ୍ଷା ପାଇଁ ଏକ ହେବାକୁ...

ଓଶୃ ଭଦ୍ରକ ଜିଲ୍ଲାର ୧୨ତମ ଜିଲ୍ଳା ସମ୍ମିଳନୀରେ ଶ୍ରମଜିବୀମାନଙ୍କ ଅଧିକାର ସୁରକ୍ଷା ପାଇଁ ଏକ ହେବାକୁ ଆହ୍ୱାନ

15

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ମେଡିକାଲ ରିପ୍ରେଜେଣ୍ଟେଟିଭ୍ ୟୁନିୟନ (ଓଶ୍ରୁ) ଭଦ୍ରକ ଜିଲ୍ଳା ସମ୍ମିଳନୀ ଅବସରରେ ସଂଗଠନର ପତାକା ଉତ୍ତୋଳନ କରିଥିଲେ ସିଟୁ ସଭାପତି ଦିବ୍ୟସିଂହ ନାୟକ ଓ ସହିଦ୍ ବେଦୀରେ ପୁଷ୍ପ ପ୍ରଦାନ କରିବା ପରେ ସମ୍ମିଳନୀରେ ସଭାପତିତ୍ୱ କରିଥିଲେ ଦେବକାନ୍ତ ରାଉତ। ପ୍ରଥମେ ଦେଶ ଓ ରାଜ୍ୟରେ ପ୍ରାଣବଳୀ ଦେଇଥିବା ବହୁ ବରିଷ୍ଠ ଶ୍ରମିକ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ସମ୍ମିଳନୀରେ ଡାକ୍ତର ହରେକୃଷ୍ଣ ନାୟକ ସର୍ବଭାରତୀୟ ଚିକିତ୍ସକ ସଂଘ ତରଫରୁ ବାର୍ତ୍ତା ଦେଇ ସଂଗଠନକୁ ସୁଦୃଢ କରିବା ସଂଗେସଂଗେ ସମାଜ ସେବା କରିବା, ବୃକ୍ଷରୋପଣ କରିବା ତଥା ସାଧାରଣ ମଣିଷକୁ ସେବା ଯୋଗାଇବା ପାଇଁ ଆହ୍ୱାନ ଦେଇଥିଲେ। ତଦ୍‌ପରେ ସଂଗଠନର ସମ୍ପାଦକଙ୍କ ଦ୍ୱାରା ପ୍ରସ୍ତୁତି ଲିଖିତ ରିପୋର୍ଟ ସମ୍ମିଳନୀ କକ୍ଷରେ ଉପସ୍ଥାପନ କରିଥିଲେ। ସାଥୀ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ରିପୋର୍ଟରେ ସଂଗଠନର ବିଭିନ୍ନ ଜନହିତକର କାର୍ଯ୍ୟ ଓ ଦେଶରେ ସରକାର ଯେପରି ଗତ କରୋନା ମହାମାରୀ ମଧ୍ୟରେ ଦରଦାମ ବୃଦ୍ଧି କରିଛନ୍ତି। ଶ୍ରମିକ କର୍ମଚାରୀ ବିରୋଧୀ ୪ଟି ଶ୍ରମ କୋର୍ଡ କରିଛନ୍ତି, ୨୯ଟି ଶ୍ରମ ଆଇନକୁ ବଦଳାଇ ଦେଇଛନ୍ତି ଓ ଜିଏସ୍‌ଟି ଲାଗୁ କରିଛନ୍ତି ଜୀବନ ମରଣ ଔଷଧ ସମେତ ଅତ୍ୟାବଶକୀୟ ଦ୍ରବ୍ୟ ଉପରେ। ଦେଶରେ ଆଜାଦିର ୭୫ ବର୍ଷ ପରେ ଆଉଟସୋର୍ସିଂ କରି ପଲିସ ଲାଗୁ କରିଛନ୍ତି।

ସ୍ଥାୟୀ କାର୍ଯ୍ୟରେ ଅସ୍ଥାୟୀ ଶ୍ରମିକ/କର୍ମଚାରୀ ଗୋତି ଶ୍ରମିକ ଭାବେ ସ୍ୱଳ୍ପ ବେତନରେ ଖଟାଉଛନ୍ତି। ଦିନକୁ ୮ ଘଣ୍ଟା କାମକୁ ୧୨ ଘଣ୍ଟାରୁ ଅଧିକ କରିଛନ୍ତି। ରାଷ୍ଟ୍ରାୟତ୍ତ ଶିଳ୍ପ ଗୁଡ଼ିକୁ ଆଦାନୀ, ଆମ୍ବାନୀ ଓ କର୍ପୋରେଟ କମ୍ପାନୀକୁ ଶାଗ ଦରରେ ବିକ୍ରି କରି ଦେଉଛନ୍ତି ବୋଲି ସମ୍ମିଳନୀରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହି ସମ୍ମିଳନୀରେ ଯୋଗ ଦେଇ ଓଶ୍ରୁ ରାଜ୍ୟ ନେତା ଆଶୁତୋଷ ଦାସ, ଭଦ୍ରକ ଜିଲ୍ଲା କମିଟି ବିଭିନ୍ନ ଆନ୍ଦୋଳନ ସଂଗଠିତ କରିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଦେଇ କହିଥିଲେ ଯେ ଆମ୍ଭେ କାର୍ଯ୍ୟ କରୁଥିବା ଶିଳ୍ପ ଔଷଧ ଶିଳ୍ପକୁ ସରକାର ଘରୋଇ କରଣ କରାଇ ଦେଇଛନ୍ତି। ଦେଶର ରାଷ୍ଟ୍ରାୟତ୍ତ ଶିଳ୍ପକୁ ବିକ୍ରି କରାଯାଉଛି, ତା’ର ପ୍ରତିବାଦ କରିବା ପାଇଁ ୟୁନିୟନକୁ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ। ସିଟୁ ନେତା ଦିବ୍ୟସିଂହ ନାୟକ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଥିବା ଆମ ଦେଶରେ ଦରଦାମ ବଢାଇବାରେ ବ୍ୟସ୍ତ। ଘରୋଇକରଣ, ଉଦାରୀକରଣ ଓ ଜଗତିକରଣ ନାମରେ ଦେଶର ବ୍ୟାଙ୍କ, ବୀମା, ବନ୍ଦର, ରାଜପଥ, ଖଣି ଖାଦାନରେ ଶ୍ରମଜିବିମାନଙ୍କର ଲଢେଇର ଅଧିକାର ୨୯ଟି ଶ୍ରମ ଆଇନକୁ ପରିବର୍ତ୍ତନ କରି ୪ଟି କୋର୍ଡ କରି ଶ୍ରମିକମାନଙ୍କୁ ଗୋତି ଶ୍ରମିକ କରିଛନ୍ତି। ଶିଳ୍ପ ଘରୋଇ କରଣ ପାଇଁ ଅନ୍ୟତମ ଶ୍ରମିକ ନେତା ରାଧା ଦାସ, ଅମରେନ୍ଦ୍ର ବିଶ୍ୱାଳ, ରଣଜିତ୍ ଖଟୁଆ, ବସନ୍ତ ନାୟକ ବକ୍ତବ୍ୟ ଦେଇଥିଲେ। ଆଗାମୀ ବର୍ଷ ପାଇଁ ସମ୍ପାଦକ ଭାବେ ସୀତାଂଶୁ ଶେଖର ମିଶ୍ର ନିର୍ବାଚିତ ହୋଇଥିବା ବେଳେ ସଭାପତି ଦେବକାନ୍ତ ରାଉତ ନିର୍ବାଚିତ ହୋଇଛନ୍ତି। ୧୧ ଜଣିଆ କମିଟି ସଭ୍ୟ ନିର୍ବାଚିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.