Home ଓଡ଼ିଶା ଓଲଟିଲା ଭ୍ୟାନ; ୩୦ ଛାତ୍ର ଛାତ୍ରୀ ଆହତ

ଓଲଟିଲା ଭ୍ୟାନ; ୩୦ ଛାତ୍ର ଛାତ୍ରୀ ଆହତ

134

ଗଞ୍ଜାମ,୩୦/୧୦,(ଓଡ଼ିଆ ପୁଅ ପି ନାୟକ):ଆଜି ଗଞ୍ଜାମ ଜିଲ୍ଲା  ଚିକିଟି ବ୍ଲକ ନୁଆପଡା ମାର୍ଗଦର୍ଶୀ ସ୍କୁଲ ପିଲା ଗାଡିରେ ଆସିବା ବେଳେ ଏକ ବଡ଼ ଅଘଟଣ ଘଟିଯାଇଛି । ସୂଚନା ଅନୁସାରେ, ଏକ ଟାଟା ମ୍ୟାଜିକ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଛି ।  ଫଳରେ ସେଥିରେ ଥିବା ୩୦ ଜଣ ଛାତ୍ରଛାତ୍ରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତେବେ ଉକ୍ତ ଭ୍ୟାନଟି  ୩୦ ପିଲାଙ୍କୁ ବିଭିନ୍ନ ଗାଁରୁ ସ୍କୁଲକୁ ଆଣୁଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ଆଣିବା ସମୟରେ ହଠାତ ଗାଡ଼ିଟି ଭାରସାମ୍ୟ ହରାଇ ନିକଟରେ ଥିବା ଏକ ପୋଖରୀକୁ ଓଲଟି ପଡିଥିଲା । ଅନ୍ୟପଟେ ଜଣେ ୫ମ ଶ୍ରେଣୀର ଛାତ୍ରୀ ପାଣି ପିଇ ଗୁରୁତର ହୋଇ ବ୍ରହ୍ମପୁର ସିଟି ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.