Home ଜିଲ୍ଲା ପରିକ୍ରମା ଓଲଙ୍ଗ ଓ ହରିପୁର ପଂଚାୟତର ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଓଲଙ୍ଗ ଓ ହରିପୁର ପଂଚାୟତର ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

45

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକ ପଂଚାୟତ ସମିତି ଅଧୀନସ୍ଥ ଓଲଙ୍ଗ ଓ ହରିପୁର ପଂଚାୟତର ବିଜେଡି ସମର୍ଥିତ ସମିତି ସଭ୍ୟା ଗୌରି ରାଉତ ଓ ଦିଲ୍ଲୀପ କୁମାର ନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବିଶେଷକରି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଚତୁର ଓ ଚମତ୍‌କାର ରାଜନୈତିକ ଗୋଟି ଚାଳନା ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ବହୁ ରାଜନୈତିକ ମହଲରୁ ଶୁଣାଯାଉଛି। ତେବେ ଏଥିନେଇ ଆଜି ସନ୍ଧ୍ୟାରେ ବିଧାୟକ ଶ୍ରୀ ମଲ୍ଲିକଙ୍କ ଭଦ୍ରକ ବାସଭବନ ପରିସରରେ ଏକ ଅଭିନନ୍ଦନ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଶ୍ରୀମତୀ ରାଉତ ଓ ଶ୍ରୀ ନାୟକଙ୍କୁ ବିଧାୟକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବାବେଳେ ଏହି ଉତ୍ସବରେ ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲା ବିଜେଡି ଉପସଭାପତି ମଳୟ ଜେନା ପ୍ରମୁଖ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏଭଳି ବିଜୟକୁ ନେଇ ଶ୍ରୀମତୀ ରାଉତ ଓ ଶ୍ରୀ ନାୟକ ନିଜର ଖୁସି ଜାହିର କରି ବିଧାୟକ ଶ୍ରୀ ମଲ୍ଲିକ, ସାଂସଦ ମଂଜୁଲତା ମଣ୍ଡଳ, ପଂଚାୟତବାସୀ ଓ ସରପଞ୍ଚଙ୍କୁ ଶ୍ରେୟ ଦେଇଛନ୍ତି। ଏବଂ ବିଧାୟକ ଶ୍ରୀ ମଲ୍ଲିକ ନିଜ ପ୍ରତିକ୍ରିୟାରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରି ସେମାନଙ୍କ ଆଶୀର୍ବାଦରୁ ଚଳିତବର୍ଷ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜୁ ଜନତା ଦଳ ତାର ପ୍ରଥମ ଦୁଇଟି ବିଜୟ ହାସଲ କରିଛି। ଏବଂ ଶ୍ରୀ ମଲ୍ଲିକ ଭଦ୍ରକ ପଂଚାୟତ ସମିତିର ସମସ୍ତ ୩୬ ପଂଚାୟତରେ ନିଜର ବିଜୟ ବାନା ଉଡାଇବେ ବୋଲି ଯେଉଁ ଭବିଷ୍ୟତବାଣୀ କରିଥିଲେ, ତାହା ଆଜିର ଏହି ଦୁଇଟି ବିଜୟର ମୂଳଦୁଆ ପଡିଛି। ଏବଂ କେବଳ ସରପଞ୍ଚ କି ସମିତି ସଭ୍ୟ ନୁହଁ ୪ଟି ଜିଲା ପରିଷଦ ଜୋନ୍ ସହ ବ୍ଲକ୍ ଦଖଲ କରିବାକୁ ଆଶା ରଖିଛନ୍ତି ବୋଲି ଗଣମାଧ୍ୟମକୁ ନିଜର ଖୁସି ଜାହିର କରିବା ଅବସରରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.