Home କେନ୍ଦୁଝର ଓରାଳିରେ ବିଜେଡି ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

ଓରାଳିରେ ବିଜେଡି ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

66

ହାଟଡ଼ିହି, ୩୦ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ପଞ୍ଚାୟତରେ ବିଜେଡି ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପଞ୍ଚାୟତ ସଭାପତି ଫକିର ଚରଣ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲାପରିଷଦ ସଦସ୍ୟ ତଥା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗଦେଇ ଲୋକମାନଙ୍କୁ ମାସ୍କ ବଣ୍ଟନ କରିବା ସହିତ କରୋନା ଠାରୁ କିପରି ଦୁରେଇ ରହିବା ସେନେଇ ସଚେତନ କରିବା ସହ ଘରଘର ବୁଲି ମାସ୍କ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ବିଜୟ କୁମାର ରାଉତ, ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ଧବଳେଶ୍ୱର ପଟ୍ଟନାୟକ, ରବିନ୍ଦ୍ର କୁମାର ସାହୁ ସୁଧାକର ଓଝା, ଚିତ୍ତରଞ୍ଜନ ପାତ୍ର, ପ୍ରଦୀପ କୁମାର ଜେନା, ସରପଞ୍ଚ ମମତାମୟୀ ଜେନା, ମାନସ କୁମାର ଜେନା, ପ୍ରୀୟ ରଞ୍ଜନ ଦାସ,ସଞ୍ଜୟ ବେହେରା, ଜିତେନ୍ଦ୍ର କୁମାର ଜେନା, ପ୍ରୀୟରଞ୍ଜନ ବେହେରା, ଶଶିକାନ୍ତ ନାୟକ, ମୁକ୍ତିକାନ୍ତ ନାୟକ, ରତିକାନ୍ତ ଖୁଣ୍ଟିଆ, ଦେବବ୍ରତ ବେହେରା,ଶେଭେନ ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ବନମାଳୀ ଜେନା, ଗୌରାଙ୍ଗ କର, ଉତ୍ସବ ଜେନା, ମାଳିଆ ଜେନା, ବ୍ରଜ କିଶୋର ଜେନାଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.