Home ଜିଲ୍ଲା ପରିକ୍ରମା ଓଭର ବ୍ରିଜ୍‍ ମରାମତି କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ ପାଇଁ ଦାବି

ଓଭର ବ୍ରିଜ୍‍ ମରାମତି କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ ପାଇଁ ଦାବି

8

ବାଲେଶ୍ୱର, ୨୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଓଡ଼ିଶାର ପ୍ରଥମ ଓଭରବ୍ରିଜ୍ ତଥା ବାଲେଶ୍ୱରକୁ ମୁଖ୍ୟ ସଂଯୋଗପଥ ମରାମତି ଅଭାବରୁ ଦୁର୍ବଳ ହୋଇଯାଇଛି। ବାଲେଶ୍ୱର ଉଡ଼ନ୍ତାପୋଲ ସୁରକ୍ଷା ମଞ୍ଚ, ବାଲେଶ୍ୱର ସିଭିଲ୍ ସୋସାଇଟି ଓ ବହୁ ସଂଗଠନର ଦାବି ଓ ଆନ୍ଦୋଳନ ପରେ ରାଜ୍ୟ ସରକାର ଆବଶ୍ୟକୀୟ ଅର୍ଥମଂଜୁର କରି ଦିଲ୍ଲୀର ହରକୁଲେସ୍ ଷ୍ଟ୍ରକ୍‌ଚରାଲ୍ ସିଷ୍ଟମ୍ କମ୍ପାନୀକୁ ଆବଶ୍ୟକୀୟ ମରାମତି ଦାୟିତ୍ୱ ଦେଇଛନ୍ତି। କିନ୍ତୁ ମରାମତି ଓ ନିର୍ମାଣ କାର୍ଯ୍ୟ ମନ୍ଥର ଓ ନିମ୍ନ ମାନର ହେଉଥିବାର ଅଭିଯୋଗ କରି ସିଭିଲ୍ ସୋସାଇଟିର ସଦସ୍ୟବୃନ୍ଦ ସୋମବାର ଦିନ ଜିଲ୍ଲାପାଳଙ୍କୁ ଓ ରାଜ୍ୟ ସରକାରଙ୍କ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କ ପକ୍ଷରୁ ଅଭିଯୋଗପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ ନାୟକ ପ୍ରତିନିଧିମାନଙ୍କ ଠାରୁ ଗ୍ରହଣ କରି ଅଭିଯୋଗର ପ୍ରତିକାରପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଓଭରବ୍ରିଜ୍‌ର ତଳ ଅଂଶରେ ସଂପୂର୍ଣ୍ଣ ଉଚ୍ଛେଦ କାର୍ଯ୍ୟ ସମାପ୍ତ ନକରି ମରାମତି କାର୍ଯ୍ୟ ହୋଇପାରିବନାହିଁ ବୋଲି ନିର୍ମାଣକାରୀ ଠିକାଦାର ସଂସ୍ଥା ଓ ବୈଷୟିକ ଅଧିକାରୀମାନେ ମତପ୍ରଦାନ କରିଥିବାବେଳେ ବର୍ତ୍ତମାନ ଉଚ୍ଛେଦ ପ୍ରକ୍ରିୟା ଶେଷ ନକରି କିପରି ସଠିକ୍ ଭାବେ ମରାମତି କାର୍ଯ୍ୟ ସଂପାଦନ ହୋଇପାରିବ ବୋଲି ସୋସାଇଟି ତରଫରୁ ଆଶଙ୍କା ପ୍ରକାଶ ପାଇଛି। ମରାମତି କାର୍ଯ୍ୟ ଚାଲୁଥିବାବେଳେ କାର୍ଯ୍ୟସ୍ଥଳରେ ସଠିକ୍ ମାନ ଦେଖିବାକୁ କୌଣସି ଅଧିକାରୀ ନଥିବାର ଅଭିଯୋଗ ହୋଇଛି। ତୁରନ୍ତ ଜିଲ୍ଲାପାଳ ଓ ବିଭାଗୀୟ କର୍ତ୍ତୃପକ୍ଷ ଏହି ଅଭିଯୋଗ ଓ ଆଶଙ୍କା ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ସୋସାଇଟି ଦାବି କରିଛି। ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନବେଳେ ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସଂପାଦକ ମନୋଜ ନାୟକ, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଲକ୍ଷ୍ମୀଧର ବେହେରାଙ୍କ ସମେତ ବିଭିନ୍ନ ଗଣସଂଗଠନ ତରଫରୁ ଗୌରାଙ୍ଗ ପାଣିଗ୍ରାହୀ, ସନ୍ତୋଷ କୁମାରସାହୁ, ଦୁର୍ଗାପ୍ରସନ୍ନ ଦାଶ, ସନ୍ତୋଷ ମିଶ୍ର, ସନ୍ଧ୍ୟା ଭୂୟାଁ, ଦେବାଶୀଷ ପାତ୍ର, ପ୍ରସନ୍ନ କୁମାର ପାଢ଼ୀ, ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ଓ ରତିକାନ୍ତ ପାତ୍ର, ଜଗଜୀବନ ଦାଶ, ଡଃ. ଶିରିଶ ଚନ୍ଦ୍ର ଜେନା, ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପ୍ରଦୀପ ଚାଟାର୍ଜୀ ଓ ଅଭିମନ୍ୟୁ ପାକଳ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.