Home ଜିଲ୍ଲା ପରିକ୍ରମା ଓପେପା କର୍ମଚାରୀ ସମୁହ ଛୁଟିରେ, ସର୍ବଶିକ୍ଷା ଅଭିଯାନ କାର୍ଯ୍ୟ ଠପ

ଓପେପା କର୍ମଚାରୀ ସମୁହ ଛୁଟିରେ, ସର୍ବଶିକ୍ଷା ଅଭିଯାନ କାର୍ଯ୍ୟ ଠପ

702

ମାଲକାନଗିରି, ୮ା୨(ଓଡିଆ ପୁଅ ) କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ସମୁହ ଛୁଟି ଯୋଗୁଁ ଅଚଳହୋଇ ପଡିଛି ମାଲକାନଗିରି ଜିଲ୍ଲା ସର୍ବଶିକ୍ଷା ଅଭିଯାନ। ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କର୍ତୁପକ୍ଷ କର୍ମଚାରୀ ସେବା ଆସୋସିଏସନ(ଓପେପା)ର ଡାକରାରେ ମାଲକାନଗିରି ଜିଲ୍ଲା ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଓପେପା କର୍ମଚାରି ସମୁହଛୁଟିରେ ଥିବାରୁ ଡିପିସି କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟ ଠପ ହୋଇଯାଇଛି। ବିଶେଷକରି ବରିଷ୍ଠ ବୈଷୟିକ ପରାମର୍ଶଦାତା, ବିତ ଅଧିକାରୀ, ସହକାରୀ ନିର୍ଦ୍ଦେଶକ, କନିଷ୍ଟ ବୈଷୟିକ ପରାମର୍ଶଦାତା, ଅର୍ଥ ପରାମର୍ଶଦାତା, ଶୈଖିକ ସଂଯୋଜକ ଭଳି ୨୮ଟି ପଦବିରେ ଦୀର୍ଘ୨୨ବର୍ଷ ଧରି ଓପେପା କର୍ମଚାରୀ ମାନେ କାର୍ଯ୍ୟ କରିଆସୁଥିଲେ ବି ସେମାନଙ୍କୁ ନିୟମିତ କରାଯାଉ ନାହିଁ, ସ୍ଥାୟୀ ନିଯୁକ୍ତି, ୭ମ ବେତନ ଲାଗୁ କରିବା ଇତ୍ୟାଦି ଦାବିନେଇ ଓପେପା କର୍ମଚାରୀମାନେ ଚଳିତ ମାସ ୧ତାରିଖରୁ କଳାବ୍ୟାଚ ପରିଧାନକରି ଆନ୍ଦୋଳନ ଚାଲୁରଖିଥିଲେ ମଧ୍ୟ ସେମାନଙ୍କ ଦାବିପୁରଣ ନହେବାରୁ ଗତ ୪ତାରିଖ ଠାରୁ ସମୁହ ଛୁଟିରେ ରହି ଭୁବନେଶ୍ୱର ଠାରେ ଗଣ ବିକ୍ଷୋଭରେ ଭାଗନେଇଛନ୍ତି।ଏକା ସଙ୍ଗେ ୨୮ଜଣ ମାଲକାନବଗିରି ଜିଲ୍ଲା ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟର କର୍ମଚାରୀ ସମୁହ ଛୁଟିରେ ଥିବାରୁ ଜିଲ୍ଲାରେ ଶିକ୍ଷାବିଭାଗର କାର୍ଯ୍ୟ ଏକରକମର ଠପ ହୋଇ ଯାଇଛି। ଜିଲ୍ଲାସଂଯୋଜକ ଓ ପିଅନ ସମ୍ଭାଳିଛନ୍ତି ଡିପିସି କାର୍ଯ୍ୟାଳୟ। ସର୍ବଶିକ୍ଷା ଅଭିଯାନର ବିଦ୍ୟାଳୟ ନିର୍ମାଣ, ପୁସ୍ତକ ବଟଂନ, ଉଜ୍ଜଉଥାନ ଶିକ୍ଷା ତାଲିମ, ଏଲପି ପୁସ୍ତକ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିଚାଳନା କାର୍ଯ୍ୟ, ବାଲ ଜ୍ୟୋତି, ଅନ୍ତର୍ନିବେଶୀ ଶିକ୍ଷା, ଆତ୍ମ ନିର୍ଭରଶୀଳ ତାଲିମ, ଶିକ୍ଷା ସହାୟକ କାର୍ଯ୍ୟ, ଏମ.ଏଲ.ଲି. ଶିକ୍ଷା, କମ୍ପୁଟର ଶିକ୍ଷା, ଆକାଉଟଂ ବିଭାଗର କାର୍ଯ୍ୟ, ଅନ୍ଧମୂକ ବଧିରଙ୍କ କାର୍ଯ୍ୟ, ବିଦ୍ୟାଳୟ ପରିଚାଳନା ସମସ୍ତ କାର୍ଯ୍ୟ ଓ ଶିକ୍ଷା ସଂପର୍କିୟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମାଲକାନଗିରି ଜିଲ୍ଲାର ଦୂରଦୁରାନ୍ତରୁ ଶିକ୍ଷକ, ଶିକ୍ଷୟତ୍ରୀ, ବିଆରସିସି, ସିଆରସିସି, ଅଭିଭାବକ ମାନେ ଶିକ୍ଷାବିଭାଗ ସଂପର୍କିୟ ସମସ୍ୟା ଓ ବିଭିନ୍ନ କାର୍ଯ୍ୟନେଇ ସବ ର୍ଶିକ୍ଷାଅଭିଯାନ କାର୍ଯ୍ୟଳୟକୁ ଆସି ଡିପିସି ଅଫିସ ର କୌଣସି କର୍ମଚାରୀମାନଙ୍କୁ ନ ପାଇ ସେମାନଙ୍କ କାମ ନକରି ଖର୍ଚାନ୍ତ ହୋଇ ଦୁଃଖରେ ଫେରୁଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.