Home Top News ଓଡିଶା ହାଇକୋର୍ଟର ନୂତନ ବିଚାରପତିଙ୍କ ଶପଥ ଗ୍ରହଣ

ଓଡିଶା ହାଇକୋର୍ଟର ନୂତନ ବିଚାରପତିଙ୍କ ଶପଥ ଗ୍ରହଣ

35

କଟକ, ୫/୧୧ (ଓଡ଼ିଆ ପୁଅ /ଅଭୟ ଜେନା) ଓଡିଶା ହାଇକୋର୍ଟର ନୂତନ ବିଚାରାପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର। ଆଜି ପୂର୍ବାହ୍ନରେ ହାଇକୋର୍ଟ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍.ମୁରଲୀଧର ତାଙ୍କୁ ଶପଥ ପାଠ କରାଇଥିଲେ। ଜଷ୍ଟିସ ମହାପାତ୍ର ବିଚାରପତି ଭାବେ ଯୋଗଦେବା ପରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୧୮କୁ ବୃଦ୍ଧି ହୋଇଥିବା ଜଣାପଡିଛି।

ସୂଚନାନୁଯାୟୀ, ଜଷ୍ଟିସ୍‌ ମହାପାତ୍ର କଟକ ବାସିନ୍ଦା। ସେ ୧୯୮୪ ମସିହାରେ ରେଭେନ୍ସା କଲିଜିଏଟ ସ୍କୁଲରୁ ମାଟ୍ରିକ ପାସ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରି ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲ୍.ଏଲ୍.ବି ଡିଗ୍ରୀ ଶେଷ କରିଥିଲେ ଏବଂ ୧୯୯୫ ମସିହାରେ ରାଜ୍ୟ ବାର୍‌ କାଉନ୍‌ସିଲରେ ଓକିଲ ଭାବେ ପଞ୍ଜିକୃତ ହୋଇଥିଲେ। ଏହା ପରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ସେ ଓକିଲାତି ଆରମ୍ଭ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.