Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସାଂପ୍ରତିକ ପରିପ୍ରେକ୍ଷୀରେ ଲୋକକଥାର ପ୍ରାସଙ୍ଗିକତା ଶୀର୍ଷକ ଅନଲାଇନ ଆଲୋଚନାଚକ୍ର

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସାଂପ୍ରତିକ ପରିପ୍ରେକ୍ଷୀରେ ଲୋକକଥାର ପ୍ରାସଙ୍ଗିକତା ଶୀର୍ଷକ ଅନଲାଇନ ଆଲୋଚନାଚକ୍ର

19

କୋରାପୁଟ ୧୯-୦୬(ଓଡିଆ ପୁଅ /ରଂଜନ ଦାସ) ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣଗୁଣବତା ନିଶ୍ଚିତତା ସେଲ(ଆଇକ୍ୟୁଏସି) ଆନୁକୁଲ୍ୟରେ ସାଂପ୍ରତିକ ପରିପେକ୍ଷୀରେ ଲୋକକଥାର ପ୍ରାସଙ୍ଗିକତା ଶୀର୍ଷକ ଅନଲାଇନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ  ଏକ ସଫଳ କାର୍ଯ୍ୟକ୍ରମ ପାଇଁ ଶୁଭେଛା ଜଣାଇବା ସହ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ବର୍ତମାନ ପରିପ୍ରେକ୍ଷୀରେ ଲୋକକଥାର ଗୁରୁତ୍ୱ ବିଷୟରେ ଅବଗତ ହେବେ ବୋଲି ଆଶାବ୍ୟକ୍ତ କରିଥିଲେ ।ଲୋକକଥା ସର୍ବଦା ସ୍ଥାନୀୟ ତଥା ବିଶ୍ୱ ସଂସ୍କୃତିରେ ବିଦ୍ୟମାନ ବୋଲି ଓଡିଆ ଭାଷା ଏବଂ ସାହିତ୍ୟ ବିଭାଗର ପରିଦର୍ଶକ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ବକ୍ତାଭାବେ ଯୋଗଦେଇ ମତ ପ୍ରକାଶ କରିଥିଲେ ।ଲୋକକଥା ହେଉଛି ଏକ ରାଷ୍ଟ୍ରର ବିଭିନ୍ନ ସଂସ୍କୃତିର ପରିଚୟ ଏବଂ ବର୍ତମାନ ପରିପ୍ରେକ୍ଷୀରେ ଆମର ଅତୀତକୁ ବୁଝିବା ଓ ଭବିଷ୍ୟତ ପରିପ୍ରେକ୍ଷୀରେ ଏହାର ପ୍ରଭାବକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସେ  ପ୍ରକାଶ କରିଥିଲେ ।ଜୈବ ବିବିଧତା ଓ ପ୍ରାକୃତିକ ସଂପଦ ସଂରକ୍ଷଣ ବିଦ୍ୟାପୀଠର ଡିନ ତଥା  ଆଇକ୍ୟୁଏସିର ନିର୍ଦ୍ଦେଶକ ପ୍ରଫେସର ଶରତ କୁମାର ପଳିତା ଅଧ୍ୟକ୍ଷତା କରି ଲୋକକଥାର ଅର୍ଥ ,ବୈଶିଷ୍ଠ , ଉତ୍ପତି ଓ ଧାରଣା ସଂପର୍କରେ ଆଲୋକପାତ କରିଥିଲେ । ଇଂରାଜୀ ବିଭାଗର ପରିଦର୍ଶକ ପ୍ରଫେସର ଇ.ରାଜା ରାଓ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସମାଜରେ ପ୍ରଚଳିତ ଲୋକକଥାର ତୁଳନାତ୍ମକ ବାଖ୍ୟା କରିଥିଲେ । ପ୍ରଫେସର ପି.ଏସ.ଅବଧାନୀ ,ପ୍ରଫେସର ଭି.ପାତ୍ର ,ପ୍ରଫେସର ଆରଭିକେ ଆର.କେ.ଶାସ୍ତ୍ରୀ ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ , ଅଧ୍ୟାପିକା, ଗବେଷଣା ବିଦ୍ୱାନ  ଓ ଛାତ୍ରଛାତ୍ରୀ ସମେତ ବିଶ୍ୱବିଦ୍ୟାଳୟର ଲୋକ ସଂପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ପ୍ରମୁଖ ଆଲୋଚନା ଚକ୍ରରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.