Home କୋରାପୁଟ ଆସନ୍ତା ୨୧ ତାରିଖରୁ ଜୟପୁର ଓ ସୁନାବେଡା ସହରରେ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ କୋଭିଡ ଟୀକାକରଣ

ଆସନ୍ତା ୨୧ ତାରିଖରୁ ଜୟପୁର ଓ ସୁନାବେଡା ସହରରେ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ କୋଭିଡ ଟୀକାକରଣ

22

କୋରାପୁଟ ୧୯-୦୬(ଓଡିଆ ପୁଅ /ରଂଜନ ଦାସ) ଆସନ୍ତା ୨୧ ତାରିଖରୁ କୋରାପୁଟ ଜିଲ୍ଲାର ଜୟପୁର ଓ ସୁନାବେଡା ସହରରେ ୧୮ରୁ  ୪୪ ବର୍ଷ ବ୍ୟକ୍ତିଙ୍କ ଟୀକାକରଣ କରାଯିବ ବୋଲି  ସିଡିଏମଓ ଡାକ୍ତର ମକରନ୍ଦ ବେଉରା ପ୍ରକାଶ କରିଛନ୍ତି ।ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଜୟପୁର ସହରର ୧୦ ଟି ଓ ସୁନାବେଡା ସହରର ୮ ଟି କେନ୍ଦ୍ରରେ ଟୀକା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ଜୟପୁର ସହରର ଟାଉନ ହଲ ,ପୁରୁଣାଗଡ ଛକ ନିକଟ ହାଇସ୍କୁଲ ,ସିଟି ହାଇସ୍କୁଲ ,ସରସ୍ୱତୀ ମନ୍ଦିର ,ଜୟନଗର ,ଇନଡୋର ଷ୍ଟାଡିୟମ , ଲିଙ୍ଗରାଜନଗର ,ବାଳିକା ହାଇସ୍କୁଲ ,ମେନରୋଡ ,ମଡର୍ଣ୍ଣ ଇଂଲିଶ ସ୍କୁଲ ,ପାରାବେଡା ,ୟୁପିଏଚସି , ଜଗତଧାତ୍ରୀପୁର ,ଡିଏଚଏଚ ,ଜୟପୁର  ଓ ଏଲଆର ,ଜୟପୁର ସମୁଦାୟ ୧୦ ଗୋଟି ଟୀକାକରଣ କେନ୍ଦ୍ର କରାଯାଇଛି ।ସେହିପରି ସୁନାବେଡା ସହରରେ ଏସଏସଡି ହାଇସ୍କୁଲ ,ସରକାରୀ ମହିଳା ମହାବିଦ୍ୟାଳୟ ,ଭିଏସଭି ସ୍କୁଲ ,ହାଲ ,ଏଡିଏଭି ହାଇସ୍କୁଲ ,ହାଲ ,ସେମିଲିଗୁଡା ବାଳିକା ହାଇସ୍କୁଲ ,  ସେମିଲିଗୁଡା ଦକ୍ଷତା ବିକାଶ କେନ୍ଦ୍ର, ସୁନାବେଡା ସିଏଚସି  ଓ ସେମିଲିଗୁଡା ୟୁପିଏଚସି ସମୁଦାୟ ୮ ଗୋଟି ଟୀକାକରଣ କେନ୍ଦ୍ର କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.