Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସାଇବର ସୁରକ୍ଷା ଶୀର୍ଷକ ଅନଲାଇନ ଆଲୋଚନାଚକ୍ର

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସାଇବର ସୁରକ୍ଷା ଶୀର୍ଷକ ଅନଲାଇନ ଆଲୋଚନାଚକ୍ର

29

କୋରାପୁଟ ୦୧-୦୬(ଓଡିଆ ପୁଅ /ରଂଜନ ଦାସ) ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସାଇବର ସୁରକ୍ଷା  ଶୀର୍ଷକ ଏକ ଅନଲାଇନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।ବର୍ତମାନ ସମୟରେ ଡିଜିଟାଲ ମାଧ୍ୟମ ବ୍ୟବହାର ଏକ ଅପରିହାର୍ଜ୍ୟ ଓ ସହଜସାଧ୍ୟ ମାଧ୍ୟମ ହୋଇଥିବାରୁ ଠକେଇ ,ହ୍ୟାକର , ସାଇବର ଅପରାଧୀ ଏବଂ ଅନ୍ୟ ଏଜେଂଟମାନଙ୍କଠାରୁ ଆମକୁ ସୁରକ୍ଷିତ ରଖିବା ଏବଂ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ନେଇ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତା ନିଶ୍ଚିତତା ସେଲ ଦ୍ୱାରା ଅନଲାଇନ ମାଧ୍ୟମରେ ସାଇବର ସୁରକ୍ଷା ଉପରେ ଏକ ଆଲୋଚକ୍ର ଅନୁଷ୍ଟିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ ଅନଲାଇନ ଆଲୋଚନାଚକ୍ରକୁ ଉଦଘାଟନ କରିବା ସହ ଆମର ଦୈନଦିନ ଜୀବନରେ ଆମେ ସମ୍ମୁଖୀନ ହେଉଥିବା କେତେକ ପ୍ରମୁଖ ସାଇବର ବିପଦ ଉପରେ ଆଲୋକପାତ କରିଥିଲେ ।ଆମ୍ଭେମାନେ ସଚେତନ ହୋଇ ସାଇବର ଆକ୍ରମଣ ବିରୁଦ୍ଧରେ ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ  ସେ ପରାମର୍ଶ ଦେଇଥିଲେ । ଗୋଲ୍ଡେନ ଆଓାର ରୁଲ ଅନୁସରଣ କରିବାକୁ ଅର୍ଥାତ ତୁରନ୍ତ ପ୍ରମାଣ ସହ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ କିମ୍ବା ସାଇବର ପୋଲିସ ନିକଟରେ ଅଭିଯୋଗ ଦାଖଲ କରିବାକୁ ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜି ପଣ୍ଡିତ ରାଜେଶ ଉତମରାଓ ବକ୍ତାଭାବେ ଯୋଗଦେଇ ଆଲୋକପାତ କରିଥିଲେ । ଯେତେବେଳେ କୈାଣସି ଅଜଣା ବ୍ୟକ୍ତି ଫୋନରେ କିଛି ତଥ୍ୟ ମାଗୁଛନ୍ତି ତାଙ୍କଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ ।ଡିଜିଟାଲ ଜ୍ଞାନର ଅଭାବ ଓ ଅଜ୍ଞତା ହେତୁ ବର୍ତମାନ ଅନେକ ଲୋକ ସାଇବର ଅପରାଧର ଶୀକାର ହେଉଥିବା ବିଶ୍ୱବିଦ୍ୟାଳୟ କମ୍ପୁଟର ବିଭାଗର ପରିଦର୍ଶକ ପ୍ରଫେସର  ପି.ଏସ.ଅବଧାନୀ ଅନ୍ୟତମ ବକ୍ତାଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ ।ଏହିପରି ସାଇବର ବିପଦରୁ ରକ୍ଷା ନିମନ୍ତେ ସାଇବର ସୁରକ୍ଷା ଉପରେ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟସ୍ତର ପର୍ଯ୍ୟନ୍ତ ସଚେତନତା ସ୍‌ୃଷ୍ଟି କରିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ ।ଜୈବ ବିବିଧତା ଏବଂ ପ୍ରାକୃତିକ ସଂପଦ ସଂରକ୍ଷଣ ବିଦ୍ୟାଳୟର ଡିନ ଶରତ କୁମାର ପଳିତାଙ୍କ ଅଧ୍ୟକ୍ଷତାରେ ଅନଲାଇନ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା ।ଗଣିତ ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ.ଜ୍ୟୋତିସ୍କା ଦତା ପ୍ରଫେସର ଅବଧାନୀଙ୍କ ବିଷୟରେ ସୂଚନା ଦେଇଥିବା ବେଳେ ପରିସଂଖ୍ୟନ ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ.ମହେଶ କୁମାର ପଣ୍ଡା ଶ୍ରୀ ଉତମରାଓଙ୍କ ବିଷୟରେ ସୂଚନା ଦେଇଥିଲେ ।ପରୀକ୍ଷା ନିୟନ୍ତ୍ରକ ଡ.ରାମ ଶଙ୍କର ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଆଲୋଚନା ଚକ୍ରରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ , ଅଧ୍ୟାପକ,ଅଧିକାରୀ ଏବଂ କର୍ମଚାରୀଙ୍କ ସହ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଅସିତ କୁମାର ଦାସ ଏବଂ ଲୋକ ସଂପର୍କ ଅଧିକାରୀ ଡ.ଫଗୁନାଥ ଭୋଇ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.