Home ଓଡ଼ିଶା ଓଡିଶା ଅଗ୍ନିଶମ ସେବା ସଂସ୍ଥା ଦ୍ଵାରା ସାନିଟାଇଜେସନ୍

ଓଡିଶା ଅଗ୍ନିଶମ ସେବା ସଂସ୍ଥା ଦ୍ଵାରା ସାନିଟାଇଜେସନ୍

169

ଭୁବନେଶ୍ୱର ୨୧-୭ (ଓଡ଼ିଆ ପୁଅ) ମହାମାରୀ କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଓଡିଶା ଅଗ୍ନିଶମ ସେବା ସଂସ୍ଥା ଦ୍ଵାରା ସର୍ବ ସାଧାରଣ ସ୍ଥାନ, ଅନୁଷ୍ଠାନ, ହସ୍ପିଟାଲ୍, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସଙ୍ଗରୋଧ କେନ୍ଦ୍ର ମାନଙ୍କର ବିଶୁଦ୍ଧିକରଣ କାର୍ଯ୍ୟ କରାଯାଉଅଛି। ଚଳିତ ମାସ ୨୦ ଜୁଲାଇ ସୁଦ୍ଧା ୩୩୮ ଗୋଟି ଦମକଳ କେନ୍ଦ୍ରର କର୍ମଚାରୀ ୧ ଲକ୍ଷ ଲିଟରରୁ ଅଧିକ ସୋଡିୟମ୍ ହାଇପୋ କ୍ଳୋରାଇଟ୍ ସହିତ ଆବଶ୍ୟକ ଅନୁପାତରେ ପାଣି ମିଶ୍ରିତ ଦ୍ରବଣକୁ ସିଂଚନ କରି ୪୭, ୧୦୩ ଗୋଟି ସ୍ଥାନକୁ ବହୁବାର ବିଶୁଦ୍ଧିକରଣ କରିଛନ୍ତି। ଅଧିକନ୍ତୁ, ଗୁରୁତ୍ୱ ବହନ କରୁଥିବା ସ୍ଥାନ ଗୁଡିକ ଯଥା- କୋଭିଡ୍ କେୟାର ହସ୍ପିଟାଲ୍, କୋଭିଡ୍ ଟେଷ୍ଟିଙ୍ଗ ସେଣ୍ଟର ଏବଂ କୋଭିଡ୍ କେୟାର ସେଣ୍ଟର ଗୁଡିକର ବିଶେଷ ବିଶୁଦ୍ଧିକରଣ ଅଭିଯାନ ୨୦/୦୭/୨୦୨୦ ତାରିଖ ଠାରୁ ଆରମ୍ଭ କରାଯାଇଅଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ପ୍ରଦାନ କରାଯାଇଥିବା ତାଲିକା ଅନୁଯାୟୀ ଏହି କାର୍ଯ୍ୟ ପ୍ରତିଦିନ କରାଯିବା ନିମନ୍ତେ ଅଗ୍ନିଶମ ସେବା ସଂସ୍ଥା ତରଫରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଉଅଛି।

ଏହି ପରିପ୍ରେକ୍ଷିରେ ଓଡିଶା ଅଗ୍ନିଶମ ସଂସ୍ଥାର ମହାନିର୍ଦ୍ଦେଶକ ଡ଼ଃ ସତ୍ୟଜିତ ମହାନ୍ତି ଜଣାଇଛନ୍ତି ଯେ ମହାମାରୀ କୋଭିଡ୍-୧୯ର ନିରାକରଣ ନିମିତ୍ତ ହୋଇଥିବା ଅଭିଯାନରେ ରାଜ୍ୟର ସମସ୍ତ ୩୫ଟି କୋଭିଡ୍ ହସ୍ପିଟାଲ୍, ୨୨ଟି କୋଭିଡ୍ ଟେଷ୍ଟିଙ୍ଗ ସେଣ୍ଟର ଏବଂ ୧୬ଟି କୋଭିଡ୍ କେୟାର ସେଣ୍ଟରର ବିଶୁଦ୍ଧିକରଣ କାର୍ଯ୍ୟ କରାଯାଇଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.