Home ଓଡ଼ିଶା ଓଡିଶାର ମୋଷ୍ଟଓ୍ୟାଟେଂଡ ମୃତ ମାଓନେତା ରଣଦେବ ର ଶବ ଟେକଗୁଡା ଗ୍ରାମ ଜନ୍ମସ୍ଥାନ ରେ ପହଁଚିଲା

ଓଡିଶାର ମୋଷ୍ଟଓ୍ୟାଟେଂଡ ମୃତ ମାଓନେତା ରଣଦେବ ର ଶବ ଟେକଗୁଡା ଗ୍ରାମ ଜନ୍ମସ୍ଥାନ ରେ ପହଁଚିଲା

117

ମାଲକାନଗିରି,୧୯ ।୬ (ଓଡିଆ ପୁଅ ) ଆନ୍ଦ୍ରପୁଲିସ ଏନକାଉଟଂର ରେ ମୃତ ଓଡିଶାର ମୋଷ୍ଟଓ୍ୟଟେଂଡ ମାଓନେତା ରଣଦେବ ଙ୍କ ଶବ ତାଙ୍କ ଜନ୍ମସ୍ଥାନ ମାଲକାନଗିରି ଜିଲ୍ଲା କାଲିମେଳା ଅଚଂଳରେ ଆଜି ପହଁଚିଛି ।ଗତ ବୁଧବାର ଦିନ ସୀମାନ୍ତ ଆନ୍ଦ୍ରପ୍ରଦେଶ କୋୟେରୁ ଥିଗଲା ମେଟା ଜଙ୍ଗଲରେ ବଡଧରଣର ମାଓକ୍ୟାମ୍ପ ଚାଲିଥିବାର ଖବର ପାଇ ଆନ୍ଦ୍ରପ୍ରଦେଶ ଗ୍ରେହାଣ୍ଡ ଯବାନମାନେ ସେଠାରେ ଚଢଉକରିଥିଲେ, ମାଓବାଦୀ ଯବାନ ମାନଙ୍କ ମଧ୍ୟରେ ଗୁଳିବିନମୟ ହୋଇଥିଲା,ଯବାନ ମାନଙ୍କ ଗୁଳିରେ ୬ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିଲା । ମୃତ ୬ଜଣ ମାଓବାଦୀଙ୍କ ମଧ୍ୟରେ ଓଡିଶା କ୍ୟାର୍ଡର ତିନିଜଣ ମାଓବାଦୀ ଥିବା ବେଳେ ଓଡିଶା ଆନ୍ଦ୍ରପ୍ରଦେଶର ମୋଷ୍ଟଓ୍ୟାଟେଂଡ ଟପ ମାଓନେତା ରଣଦେବ ଓରଫ ଅର୍ଜୁନ ଥିଲେ ।ରଣ ଦେବଙ୍କ ନିଜ ଘର ମାଲକାନଗରି ଜିଲ୍ଲା କାଲିମେଳା ଥାନାସ୍ଥ ବଡିଗେଟା ପଚାଂୟତ ମାଓପ୍ରବଣ ଟେକଗୁଡା ଗ୍ରାମରେ । ତାଙ୍କର ମୃତ ଖବର ଆନ୍ଦ୍ର ପୁଲିସ ମାଲକାନଗରି ଜିଲ୍ଲା ପୁଲିସକୁ ଜଣାଇବାପରେ ତାଙ୍କପରିବାରଙ୍କୁ ବିଏସଏଫ ଯବାନ ମାନେ ଯାଇ ଖବର ଦେଇଥିଲେ । ରଣଦେବର ମୃତ୍ୟୁ ଖବର ପାଇ ଟେକଗୁଡା ଗ୍ରାମରେ ରହୁଥିବା ତାଙ୍କ ବଡ ଭାଇ ନାନ୍ଦା ମାଢି, ଶୁକ୍ରା ମାଢି,ଚିନା ମାଢି, ଭାଣଜା ପଦିଆ ମାଡକାମି ଆନ୍ଦ୍ରପ୍ରଦେଶ ନରସିପାଟନା କୁ ଯାଇ ସେଠାକାର ପୁଲିସ ଙ୍କ ନିକଟରୁ ମାଓନେତା ରଣଦେବଙ୍କ ମୃତ ଶରୀରର କୁ କାଲିମେଳାଙ୍କୁ ଆଣିଛନ୍ତି । ଆଜି ରଣଦେବଙ୍କ ଜନ୍ମସ୍ଥାନ ବଡିଗେଟା ଟେକଗୁଡା ଗ୍ରାମରେ ମୃତ ଶରୀରର ପହଁଚିବା ପରେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଦୀର୍ଘ୨୨ବର୍ଷ ହେଲା ସେ ନିଜ ଜନ୍ମ ମାଟିକୁ ଛାଡି ମାଓସଂଗଠନରେ ସାମିଲ ହୋଇଥିଲେ । ଦୀର୍ଘ୨୨ବର୍ଷପରେ ରଣଦେବ ଜୀବନ୍ତ ଘରକୁ ନ ଫେରି ତାଙ୍କର ମୃତ ଶରୀରର ଘରକୁ ଆସିଥିବାରୁ ପରିବାର ସଦସ୍ୟ ମାନେ ଙ୍କ ଆଖିରୁ ଲୁହ ଶୁଖୁନାହିଁ । ଟେକଗୁଡା ଗ୍ରାମର ସିଙ୍ଗା ମାଢିଙ୍କ ସାନପୁଅ ଦେବା ମାଢି ସେ ମାଓବାଦିଙ୍କ ପ୍ରଲୋଭନରେ ପଡି ଗରିବ ଆଦିବାସୀଙ୍କ ପାଇଁ ଲଢିବେ ବୋଲି ଚିନ୍ତା କରି ୨୨ବର୍ଷତଳେ ଘର ଛାଡିପଳାଇ ମାଓସଂଗଠନରେ ସାମିଲ ହୋଇ ଯାଇଥିଲା । ମାଲକାନଗରି ଡିଭିଜନ କାଲିମେଳା ମାଓବାଦୀ ଦଳମରେ ପ୍ରଥମେ ଯୋଗଦେଇ ସମସ୍ତ ପ୍ରକାର ମାଓରଣନୀତି ତାଲିମ ନେବାପରେ ମାଓନେତା ରଣଦେବ ପାଲଟି ଗଲା । କିଛି ଦିନପାଇଁ କୋରାପୁଟ ଡିବିଜନ ବୌପାରିଗୁଡା ମାଓବାଦୀ ଦଳମରେ ଯୋଗଦେଇ ସେଠାରେ ସେ ଅର୍ଜୁନ ନାମରେ ପରିଚିତ ଥିଲା । ପୁଣ୍ଣ ର୍ବାର ମାଲକାଗନରି ଡିବିଜନକୁ ଫେରି ଆସି ସେ ସ୍ୱାଭିମାନ ଅଚଂଳ ଦଳମର ଦୁର୍ଦ୍ଦାନ୍ତ ମାଓବାଦୀ ଥିଲା । ରଣଦେବ କୋରାପୁଟ,ମାଲକାନଗରି ଜିଲ୍ଲାରେ ଅନେକ ନରହତ୍ୟା,ଲୁଟପାଟ, ଲ୍ୟାଣ୍ଡମାଇନ ବିସ୍ପୋରଣ ଆଦି ମାଓହିଂସାକାଣ୍ଡରେ ସାସିମଲ ଥିଲେ ସେ ଓଡିଶା ପୁଲିସ ପାଇଁ ମୋୀଷ୍ଟ ଓ୍ୟାଟେଂଡ ମାଓବାଦୀ ଥିଲେ । ସରକାରଙ୍କ ପକ୍ଷରୁ ତାଙ୍କ ମୁଣ୍ଡଉପରେ ୫ଲକ୍ଷଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ତାଙ୍କୁ ଆତ୍ମସମର୍ପଣ କରାଇବା ପାଇଁ ମାଲକାନଗିରି ଜିଲ୍ଲା ପୁଲିସ ଅନେକ ଥର ଉଦମ୍ୟ କରିି ଶେଷରେ ବିଫଳ ହୋଇ ଅପରେସନ ରଣଦେବ ଆରମ୍ଭ କରି ଦୁଇଥର ରଣଦେବର କ୍ୟାମ୍ପଉପରେ ମାଲକାନଗରି ଜିଲ୍ଲାପୁଲିସ, ଡିଭିଏଫ,ଏସଓଜି ଯବାନ ଆକ୍ରମଣ କରିଥିଲେ ,ରଣଦେବ ଅତି ଚତୁର ଥିବାରୁ ସେ ମାଲକାନଗିରି ପୁଲିସ ହାବୁଡରୁ ଖସିପଳାଇ ଆନ୍ଦ୍ରପ୍ରଦେଶ ରେ ଲୁଚି ରହିଥିଲା ।ଗତ ବୁଧବାର ଦିନ ଆନ୍ଦ୍ରପ୍ରଦେଶ, ଛତିଶଗଡ,ଓଡିଶା କ୍ୟାର୍ଡର ମାଓବାଦୀ ମାନଙ୍କ ସୀମାନ୍ତ ଆନ୍ଦ୍ରପ୍ରଦେଶ କୋୟେରୁ ଥିଗଲାମେଟା ଜଙ୍ଗଲରେ ବଡଧରଣର ଗୁପ୍ତବୈଠକ ଚାଲିଥିବାର ଖବର ପାଇ ଆନ୍ଦ୍ରପ୍ରଦେଶ ଗ୍ରେହାଣ୍ଡ ଯବାନମାନେ ସେଠାରେ ଅଚାନକଭାବେ ଚଢଉକରିଥିଲେ, ମାଓବାଦୀ ଯବାନ ମାନଙ୍କ ମଧ୍ୟରେ ଗୁଳିବିନମୟ ହୋଇଥିଲା,ଯବାନ ମାନଙ୍କ ଗୁଳିରେ ୬ଜଣ କ୍ୟାର୍ଡର ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆନ୍ଦ୍ର, ଓଡିଶା,ତେଲାଙ୍ଗନା ଓ ଛତିଶଗଡ ରାଜ୍ୟର ମୋଷ୍ଟଓ୍ୟାଟେଂଡ ମାଓନେତା ରମାକ୍ରିଷ୍ଣା ଖିସ ଯାଇଥିଲେ । ମୃତ ୬ଜଣ ମାଓବାଦୀଙ୍କ ମଧ୍ୟରେ ଓଡିଶା କ୍ୟାର୍ଡର ତିନିଜଣ ମାଓବାଦୀ ଥିବା ବେଳେ ମାଲକାନଗିରି କୋରାପୁଟ ମାଓବାଦୀ ଦଳମର ମୋଷ୍ଟଓ୍ୟାଟେଂଡ ଟପ ମାଓନେତା ରଣଦେବ ଓରଫ ଅର୍ଜୁନ ମଧ୍ୟ ପୁଲିସ ଏନକାଉଟଂରରେ ଟଳିପଡିଥିଲେ । ରଣଦେବ ଙ୍କ ମୃତ୍ୟୁହେବା ପରେ ମାଲକାନଗିରି କୋରାପୁଟ ମାଓବାଦୀ ଦଳମକୁ ଏକ ଶକ୍ତ ଧକ୍କା ଲାଗିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.