Home ଓଡ଼ିଶା ଓଡିଶାକୁ ଗୁଜୁରାଟ ଠାରୁ ଅଲଗା ଭାବିନାହିଁ; ଅମିତ ଶାହା

ଓଡିଶାକୁ ଗୁଜୁରାଟ ଠାରୁ ଅଲଗା ଭାବିନାହିଁ; ଅମିତ ଶାହା

457

ଭୁବନେଶ୍ୱର୨୮ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ପରିଷଦର ବୈଠକରେ ଯୋଗ ଦେବା ଅବସରରେ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଜନମତ ସୃଷ୍ଟି କରିବା ଲକ୍ଷରେ ଉପସ୍ଥିତ କର୍ମୀ ଓ ଜନତାଙ୍କୁ ଉଦବୋଧନ ଦେଉଛନ୍ତି। ଅମିତ ଶାସକ ବିଜେଡି ବିରୋଧରେ କହିବେ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା କିନ୍ତୁ ସେ ଆଜି ନିଜ ଉଦବୋଧନରେ କେବଳ କଂଗ୍ରେସକୁ ଟାର୍ଗେଟ କରିଥିଲା। ଏତେ ବର୍ଷ ଓଡ଼ିଶାରେ ଶାସନ କରି ମଧ୍ୟ କଂଗ୍ରେସ ଓଡିଶାକୁ କଣ ଦେଇଛି ବୋଲି ପ୍ରଶ୍ନ କରିବା ସହ ପରୋକ୍ଷ ଭାବରେ ରାଜ୍ୟ ସରକାର କେନ୍ଦ୍ର ଅନୁଦାନକୁ ନେଇ ପ୍ରଶଂସା ସାଉଣ୍ଟୁଛନ୍ତି ବୋଲି କହିଥିଲେ।ସେ କହିଥିଲେ ଯେ କଂଗ୍ରେସ ୫୫ ବର୍ଷ ଶାସନ କରି ଯାହା କରି ପାରିନଥିଲେ ବିଜେପି ତାହା ୫ ବର୍ଷରେ କରି ଦେଖାଇଛି।

 

ଧାରା ୩୭୦ ଉଛେଦ ପ୍ରସଙ୍ଗ ଉଲ୍ଲେଖ କରି ଅମିତ ଶାହା କହିଥିଲେ ଯେ କାଶ୍ମୀରବାସୀଙ୍କୁ ଏବେ ପ୍ରକୃତ ସ୍ୱାଧୀନତା ମିଳିପାରିଛି। ରାମ ମନ୍ଦିର ନିର୍ମାଣ କାର‌୍ୟ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କହିବା ସହ ଏହା ନ୍ୟାୟର ବିଜୟ ବୋଲି କହିଥିଲେ। ଅଭିଭାଷଣ ଶେଷରେ ଶାହା ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ କହିଥିଲେ ଯେ ଏହି ଆଇନ କାହାର ନାଗରିକତା ନେବ ନାହିଁ ବରଂ ବାହାର ଦେଶରେ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ବର୍ଷ ବର୍ଷ ଧରି କୌଣସି ପରିଚୟ ନ ଥାଇ ଭାରତରେ ରହୁଥିବା ଲୋକଙ୍କୁ ନାଗରିକତା ମିଳିପାରିବ।ସେ ତାଙ୍କ ଭାଷଣ ଆରମ୍ଭରେ ସେ କେବେ ଓଡିଶାକୁ ଗୁଜୁରାଟ ଠାରୁ ଅଲଗା ଭାବିନାହାନ୍ତି। ସେ କହିଛନ୍ତି, ଓଡିଶା ମୋର ଦ୍ଵିତୀୟ ଘର।ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏଙ୍କୁ ସ୍ମରଣ କରି ସେ କହିଥିଲେ ଯେ ଓଡ଼ିଶାର ବରପୁତ୍ରମାନେ ଏହି ମାଟିକୁ ପବିତ୍ର କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାରେ ବିଜେପି ଗତ ନିର୍ବାଚନରେ ନିଜର ଦୃଢ଼ତା ପ୍ରମାଣ କରିବାରେ ସଫଳ ହୋଇଛି ଏବଂ ବହୁ ବର୍ଷ ଧରି ବିରୋଧୀ ଦଳ ଆସନରେ ବସିଥିବା କଂଗ୍ରେସକୁ ଗାଦିଚ୍ୟୁତ କରି ବିଜେପି ବିରୋଧୀ ଦଳ ଆସନ ଅକ୍ତିଆର କରିବାରେ ସଫଳ ହୋଇଛି।
ସୁଚନାଯୋଗ୍ୟ-କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶା ଗସ୍ତରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ପୂର୍ବାଞ୍ଚଳ ପରିଷଦର ବୈଠକରେ ଯୋଗ ଦେବା ପରେ ଗୃହମନ୍ତ୍ରୀ ନବୀନ ନିବାସ ଯାଇ ସେଠାରେ ଭୋଜନ କରିଛନ୍ତି। ଶାହାଙ୍କ ସହ ସେଠାରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ଅନ୍ୟମାନେ ମଧ୍ୟ ରହିଥିଲେ। ଭୋଜନରେ ବହୁ ସୁସ୍ୱାଦୁ ଖାଦ୍ୟ ଯେପରି ଆଳୁ ମଟର, ରୁଟି, ଟମାଟୋ ଚଟଣି, ପାମ୍ପଡ଼, ପନିର, ବୁନ୍ଦି, ବାଇଗଣ ଭଜା, ମାଛ ତରକାରୀ (ଓଡ଼ିଶା ବେସର ଶୈଳୀ), ରସମଲେଇ , ଛେନାପୋଡ଼, ଆଦି ରହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.