Home Top News ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୟୁ-ଟ୍ୟୁବ୍ ଚ୍ୟାନେଲ୍ ଶୁଭାରମ୍ଭ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୟୁ-ଟ୍ୟୁବ୍ ଚ୍ୟାନେଲ୍ ଶୁଭାରମ୍ଭ

162

ଭୁବନେଶ୍ବର, ମଇ ୩୦ (ଓଡ଼ଡିଆ ପୁଅ) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସରକାରୀ ୟୁ-ଟ୍ୟୁବ୍ ଚ୍ୟାନେଲ୍ ଆଜି ଶୁଭାରମ୍ଭ ହୋଇଛି। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ସୁଦୂରପ୍ରସାରି କରିବା ପାଇଁ ଏବଂ ବିଭାଗର ବିଭିନ୍ନ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଭିଜୁଆଲ୍ ମାଧ୍ୟମରେ ଦେଶବିଦେଶରେ ଲୋକଲୋଚନକୁ ଆଣିବା ପାଇଁ ଏହି ପ୍ରଚେଷ୍ଟା ଆରମ୍ଭ ହୋଇଛି।

ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏବଂ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଏହି ୟୁ-ଟ୍ୟୁକୁ ଆଜି ଲୋକାର୍ପଣ କରିଥିବା ଜଣାଯାଇଛି। ଶ୍ରୀ ବାସୁଦେବ ମାଳବିଶୋଇଙ୍କର ନିଜ ରଚନା, ସଂଗୀତ ଓ କଣ୍ଠରେ ପ୍ରସ୍ତୁତ ହୋଇଥିବା କରୋନା ସଚେତନ ଗୀତରୁ ଏହି ୟୁ-ଟ୍ୟୁବ୍ ଶୁଭାରମ୍ଭ କରାଯାଇଥିଲା। ୟୁ-ଟ୍ୟୁବ୍ ପ୍ରସ୍ତୁତ କରିବା ପାଇଁ ସରକାରଙ୍କର ଅନୁମୋଦନ କ୍ରମେ ଏବଂ ଓଡ଼ିଶା ଡଟ୍‌ କମ୍‌ ସହାୟତାରେ ଏହା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.