Home ଜିଲ୍ଲା ପରିକ୍ରମା ଏସ୍‌ଟିଏଫ୍ ଓ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍‌ର ମିଳିତ ଚଢାଉ , ଦୁର୍ଦ୍ଦାନ୍ତ ଟିଟୋ ଗ୍ୟାଙ୍ଗର ସାଫ୍...

ଏସ୍‌ଟିଏଫ୍ ଓ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍‌ର ମିଳିତ ଚଢାଉ , ଦୁର୍ଦ୍ଦାନ୍ତ ଟିଟୋ ଗ୍ୟାଙ୍ଗର ସାଫ୍ ସୁଟର ସେକ୍ ରାଜା ଗିରଫ

105

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ରାଜ୍ୟର ଦୁର୍ଦ୍ଦାନ୍ତ ଅପରାଧୀ କେନ୍ଦ୍ରାପଡା ନିବାସୀ ଟିଟୋ ଗ୍ୟାଙ୍ଗର ସାଫ୍ ସୁଟର ତଥା ତାର ମୁଖ୍ୟ ସହଯୋଗୀ କୁହାଯାଉଥିବା ସେକ୍ ରାଜାକୁ ଆଜି ଏସ୍‌ଟିଏଫ୍ ଟିମ୍ ଓ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍‌ର ମିଳିତ ଚଢାଉରେ ଗିରଫ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ସେକ୍ ରାଜା ଅତୀତରେ କେବଳ କେନ୍ଦ୍ରାପଡା ନୁହେଁ ଭଦ୍ରକ, ଢେଙ୍କାନାଳ ଭଳି ବିଭିନ୍ନ ଅଂଚଳରେ ବହୁ ହତ୍ୟା, ଡକାୟତି ଭଳି କେଶ୍‌ରେ ଜଡିତ ଥାଇ ୨୦୧୩ ମସିହାରେ ଭଦ୍ରକର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଗୁଜିଦରଡାସ୍ଥିତ ଶ୍ୱଶୁରଘରେ ରହିଥିବାବେଳେ ପୁଲିସ୍ ଉପରକୁ ଗୁଳି କରି ଖସିଯାଇଥିଲା । ଯାହା ଜଣାଯାଏ ସେ ରାଜ୍ୟର ବିଭିନ୍ନ ସ୍ଥାନରେ ତାର ଅପରାଧ ଘଟାଇ ଭଦ୍ରକର ଶ୍ୱଶୁରଘରେ ଛପି ରହିଥାଏ । ତେବେ ଆଜି ଏସ୍‌ଟିଏଫ୍ ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ତାକୁ ପିଛାକରି ଭଦ୍ରକ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ କାବୁ କରିଥିଲେ । ତା ପାଖରୁ ଏକ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି, ଏକ ମୋବାଇଲ୍ ଓ ବ୍ୟବହାର କରୁଥିବା ଟିଭିଏସ୍ ଆପାଚି ବାଇକ୍ ମଧ୍ୟ ଜବତ କରାଯାଇଛି । ଟିଟୋ ଗ୍ୟାଙ୍ଗର ଜଣେ ସକ୍ରୀୟ ସଦସ୍ୟ ଓ ଦୁର୍ଦ୍ଦାନ୍ତ ଅପରାଧୀ ସହ ସାଫ୍ ସୁଟର ଭାବେ କୁଖ୍ୟାତ ସେକ୍ ରାଜା ନାମରେ ଏବେବି ବହୁ ମାମଲା ରାଜ୍ୟର ବିଭିନ୍ନ ଥାନାରେ ରହିଛି । ସେ ପାଖରେ ସବୁବେଳେ ବନ୍ଧୁକ ରଖି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିଲା । ନିକଟରେ କେନ୍ଦ୍ରାପଡା ଅଂଚଳରେ ବହୁ ଅପରାଧିକ ଘଟଣା ଘଟାଇ ସେ ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ପୁରୁଣାବଜାର ଅଂଚଳରେ ଆତ୍ମଗୋପନ କରି ରହିଆସୁଥିଲା ବୋଲି ଏସ୍‌ଟିଏଫ୍ ଟିମ୍ ଜାଣିବାକୁ ପାଇଥିଲା । ଏଣୁ ସେ ଗିରଫ ହେବା ପରେ ଏସ୍‌ଟିଏଫ୍‌ର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତେଜରାଜ ପଟେଲଙ୍କ ଅଭିଯୋଗ ମୂଳେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ କେଶ୍ ନଂ ୬୦୦/୨୦, ଦଫା ୨୫ / ୨୭ ଆର୍ମ ଆକ୍ଟ ରୁଜୁ ହୋଇ ତଦନ୍ତ ଚାଲୁରହିଛି । ତେବେ ତଦନ୍ତ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏଥିନେଇ ଏସ୍‌ଟିଏଫ୍ ଓ ଗ୍ରାମାଞ୍ଚଳ ଥାନା ପୁଲିସ୍ ଗଣମାଧ୍ୟମକୁ ଅଧିକ ସୂଚନା ଦେଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.