Home Top News ଏଲୋନ୍ ମସ୍କଙ୍କୁ ଟକ୍କର ଦେବକି ଭାରତୀୟ ସିଇଓ ଜଗଦୀପ ସିଂ? ୨.୩ ବିଲିୟନ ଡଲାର ପ୍ୟାକେଜ୍...

ଏଲୋନ୍ ମସ୍କଙ୍କୁ ଟକ୍କର ଦେବକି ଭାରତୀୟ ସିଇଓ ଜଗଦୀପ ସିଂ? ୨.୩ ବିଲିୟନ ଡଲାର ପ୍ୟାକେଜ୍ କୁ କମ୍ପାନୀର ଅନୁମୋଦନ

45

ନୂଆ ଦିଲ୍ଲୀ ୧୬-୧୨ (ଓଡ଼ିଆ ପୁଅ) ଦୁନିଆର ସବୁଠାରୁ ଧନୀ ବିଲିୟନେୟାର ଏଲୋନ୍ ମସ୍କଙ୍କୁ ଏକ ଷ୍ଟାର୍ଟଅପ୍ କମ୍ପାନୀର ସିଇଓ ଜଗଦୀପ ସିଂଙ୍କ ଠାରୁ କଡ଼ା ପ୍ରତିଯୋଗିତା ମିଳିଛି। ପ୍ରକୃତରେ, ଆମେରିକୀୟ ବ୍ୟାଟେରୀ ଷ୍ଟାର୍ଟଅପ୍ କ୍ୱାଣ୍ଟମ୍‌ ସ୍କେପ୍ କର୍ପରେସନ୍‌ ଭାରତୀୟ ସିଇଓ ଜଗଦୀପ ସିଂଙ୍କୁ ମଲ୍ଟି-ବିଲିୟନ ଡଲାରର ପ୍ୟାକେଜ୍ ଦେବାକୁ ଯାଉଛି। ଏହି ପ୍ୟାକେଜ୍ ଷ୍ଟାର୍ଟଅପ୍ କମ୍ପାନୀର ସେୟାର ହୋଲ୍ଡର୍ସମାନଙ୍କ ଠାରୁ ଅନୁମୋଦନ ମଧ୍ୟ ପାଇଛି।

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଏହି ପ୍ୟାକେଜ୍ ଟେସଲା ସିଇଓ ଏଲୋନ୍ ମସ୍କଙ୍କ ସହ ସମାନ ବୋଲି ବିଶ୍ୱାସ କରାଯାଏ। ସୂଚନାଯୋଗ୍ୟଯେ, ଟେସଲା ସିଇଓ ଏଲୋନ୍ ମସ୍କଙ୍କର ସମ୍ପତ୍ତି ହେଉଛି ୨୫୫ ବିଲିୟନ ଡ଼ଲାର୍। ଏଲୋନ୍ ମସ୍କ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି।

ପ୍ୟାକେଜରେ କ’ଣ ଅଛି ? ବ୍ୟାଟେରୀ ଷ୍ଟାର୍ଟଅପ୍ କ୍ୱାଣ୍ଟମ୍‌ ସ୍କେପ୍ କର୍ପ ସିଇଓ ଜଗଦୀପ ସିଂ ୨.୩ ବିଲିୟନ ଡ଼ଲାର୍ କିମ୍ବା ପ୍ରାୟ ୧୭ ହଜାର କୋଟି ଟଙ୍କାର ପ୍ୟାକେଜ୍ ପାଇବେ ବୋଲି ଆଶା କରାଯାଉଛି। କିନ୍ତୁ, ଏଥିରେ ଗୋଟିଏ ସର୍ତ୍ତ ରହିଛି। ଏଥିପାଇଁ କମ୍ପାନୀକୁ ଏହାର ଲକ୍ଷ୍ୟ ହାସଲ କରିବାରେ ଯଦି ସଫଳ ହେବାକୁ ପଡ଼ିବ। ଏହା ମଧ୍ୟ କୁହାଯାଉଛି ଯେ ଅନେକ ଅଂଶୀଦାର ଏହି ପ୍ୟାକେଜକୁ ବିରୋଧ କରିଥିଲେ ମଧ୍ୟ ଏହା ଅନୁମୋଦନ ଲାଭ କରିଛି।

କ୍ୱାଣ୍ଟସସ୍କେପ ହେଉଛି ଏକ ଆମେରିକୀୟ ଷ୍ଟାଟ୍‌ ଅପ୍‌ କମ୍ପାନୀ ଯାହାକି ଭୋଲ୍ସୱେଗେନ ଏଜି ଏବଂ ବିଲ ଗେଟ୍ସଙ୍କ ଭେଞ୍ଚର ଫଣ୍ଡ ଦ୍ୱାରା ସମର୍ଥିତ। ଏହି କମ୍ପାନୀର ମୂଲ୍ୟ ପ୍ରାୟ ୫୦ ବିଲିୟନ ଡଲାର (ପ୍ରାୟ ୪ ଲକ୍ଷ କୋଟି) ଅଟେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.