Home ଅନୁଗୁଳ ଏମ୍‌ସିଏଲ୍ ହିଙ୍ଗୁଳା କୋଇଲାଖଣିରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ଏମ୍‌ସିଏଲ୍ ହିଙ୍ଗୁଳା କୋଇଲାଖଣିରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ

64

ତାଳଚେର,୨୮/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ତାଳଚେରସ୍ଥିତ ଏମ୍‌ସିଏଲ୍ ହିଙ୍ଗୁଳା କୋଇଲା ଖଣିରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହିଙ୍ଗୁଳା ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ହିଙ୍ଗୁଳା ପ୍ରକଳ୍ପ ଅଧିକାରୀ ଏ.କେ.ସିଂହ ଓ ସମ୍ମାନୀତ ଅତିଥି ଭାବରେ ଖଣି ପ୍ରବନ୍ଧକ ପି.ଗୁଇଁ ଯୋଗ ଦେଇ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ଶ୍ରମିକ ଓ ଖଣି ଅଧିକାରୀମାନଙ୍କୁ ପ୍ରକଳ୍ପ ଅଧିକାରୀ ଶ୍ରୀ ସିଂହ ଦୁର୍ନୀତି ନିବାରଣ ପାଇଁ ଶପଥ ପାଠ କରାଇଥିଲେ । ଦୁର୍ନୀତିକୁ ପ୍ରଶୟ ନ ଦେବା, ଲାଂଚ ନଦେବା ସହ ଏହାର ବିରୋଧ କରିବା ତଥା ସାଧୁତା,ସ୍ୱଚ୍ଛତାର ସହ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବାକୁ ସେ ସମସ୍ତ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ । ସୂଚନାଯୋଗ୍ୟ, ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପ୍ରତ୍ୟେକ ବର୍ଷ କେନ୍ଦ୍ରୀୟ ସର୍ତକତା ଆୟୋଗଙ୍କ ପକ୍ଷରୁ ଅକ୍ଟୋବର ମାସ ୨୭ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.