Home ଓଡ଼ିଶା ଏମ୍‌ଭି ଚେକିଂ ବେଳେ ଜବତ ହେଲା ୨୧ ଗ୍ରାମ ବ୍ରାଉନସୁଗାର, ୩ ଗିରଫ

ଏମ୍‌ଭି ଚେକିଂ ବେଳେ ଜବତ ହେଲା ୨୧ ଗ୍ରାମ ବ୍ରାଉନସୁଗାର, ୩ ଗିରଫ

56

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଚେକିଂ କରୁଥିବା ସମୟରେ ୩ ଜଣ ବାଇକ୍ ଆରୋହୀଙ୍କ ଠାରୁ ୨୧ ଗ୍ରାମର ବ୍ରାଉନସୁଗାର ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପକ୍ଷରୁ ଅର୍ଣ୍ଣପାଳ ଠାରେ ଏମ୍‌ଭି ଚେକିଂ ଚାଲୁଥିବାବେଳେ ୩ ଜଣ ଯୁବକ ବିନା ହେଲ୍‌ମେଟ୍‌ରେ ଭଦ୍ରକରୁ ଧୁଷୁରୀ ଆଡକୁ ଯାଉଥିବା ସମୟରେ ପୁଲିସ୍ ତାଙ୍କୁ ଅଟକାଇଥିଲା। ଏବଂ ପୁଲିସ୍ ସେମାନଙ୍କୁ ତଲାସି କରି ତାଙ୍କ ନିକଟରୁ ୨୧ ଗ୍ରାମର ବ୍ରାଉନ୍‌ସୁଗାର, ଶହେ ଗୋଟି ବ୍ରାଉନସୁଗାର ପେକିଂ ଖାଲି ପୁଡିଆ, ଗୋଟିଏ ମୋଟରସାଇକେଲ୍‌, ଦୁଇଗୋଟି ମୋବାଇଲ୍ ଫୋନ୍ ଓ ନଗଦ ୨୭ ହଜାର ଟଙ୍କା ଜବତ କରିବା ସହ ୩ ଜଣ ଯୁବକଙ୍କୁ ଥାନା କେଶ୍ ନଂ ୨୪୯/୨୨, ଦଫା ୨୧ (ବି) / ୨୯ ଅଫ୍ ଏନ୍‌ଡିପିଏସ୍ ମୂଳେ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାସୁଦେବପୁର ଥାନା ଅଧୀନ ଶଶିକାନ୍ତ ମଲ୍ଳିକଙ୍କ ପୁତ୍ର ପ୍ରଦୀପ କୁମାର ଓରଫ ଗୁରୁ (୨୨) (ବର୍ତ୍ତମାନ ଠିକଣା ମାର୍ଫତ୍ ସୁରେନ୍ଦ୍ର ମଲ୍ଲିକ, ବଉଳପୋଖରୀ, ଭଦ୍ରକ), ବାଲେଶ୍ୱର ଜିଲା ରେମୁଣା ଥାନା ଅଧୀନସ୍ଥ ଜଗନ୍ନାଥପୁର ନିବାସୀ ୰ ସେକ୍ କାଫେୟାତୁଲ୍ଲାଙ୍କ ପୁତ୍ର ସେକ୍ ଅନାୟାତୁଲ୍ଲା ଓରଫ ସର୍ଜୁ (୨୮) ଓ ସେହି ଥାନା ଅଧୀନସ୍ଥ ସେକ୍ ଜସିମ୍‌ଙ୍କ ପୁତ୍ର ସେକ୍ ସଲିମ୍ ଓରଫ କୁଟି ବାବୁ (୩୨)। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଏହି ଘଟଣାରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି, ସେଥିପାଇଁ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯତିନ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.